ମୋବାଇଲ ଝାମ୍ପିନେଲେ, ରାଜଧାନୀ ପୁଣି କଳା ପଲସର ଆତଙ୍କ

Advertisment
ମୋବାଇଲ ଝାମ୍ପିନେଲେ, ରାଜଧାନୀ ପୁଣି କଳା ପଲସର ଆତଙ୍କ

Star of Mysore

ଭୁବନେଶ୍ବର: ରାଜଧାନୀରେ କଳା ପଲ୍‌ସର ଆତଙ୍କ। କିଛି ଦିନର ନିରବତା ପରେ ପୁଣି ଏହି ଲୁଟେରା ମାତିଛନ୍ତି। ଗତ ୨୨ ତାରିଖରେ ଇସ୍କନ ମନ୍ଦିର ସମ୍ମୁଖରୁ ଜଣେ ଯୁବତୀଙ୍କ ଠାରୁ ଏହି ଲୁଟେରା ମୋବାଇଲ ଝାମ୍ପି ନେଇଥିବା ବେଳେ ଆଜି ଆଉ ଜଣେ ମହିଳା ଏମାନଙ୍କର ଶିକାର ହୋଇଛନ୍ତି। ନୂଆପଲ୍ଲୀ ରିଲାଏନ୍ସ ଫ୍ରେସ୍‌ ସାମ୍ନାରେ ଜଣେ ମହିଳାଙ୍କ ହାତରୁ ସେମାନେ ମୋବାଇଲ ଝାମ୍ପି ନେଇଛନ୍ତି। ଛିନ୍‌ତାଇର ଶିକାର ହୋଇଥିବା ମହିଳା ହେଉଛନ୍ତି ନୂଆପଲ୍ଲୀ ଆଇଆରସି ଭିଲେଜର ଧର୍ମେନ୍ଦ୍ର ଠାକୁରଙ୍କ ପତ୍ନୀ ନୂତନ ଠାକୁର। ଏ ନେଇ ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଧର୍ମେନ୍ଦ୍ର ଠାକୁରଙ୍କ ଇନ୍ଦ୍ରଧନୁ ମାର୍କେଟରେ ଏକ ଦୋକାନ ରହିଛି। ସୋମବାର ଅପରାହ୍ନରେ ଧର୍ମେନ୍ଦ୍ରଙ୍କ ପତ୍ନୀ ଦୋକାନରୁ ଘରକୁ ଚାଲି ଚାଲି ଫେରୁଥିବା ବେଳେ ରିଲାଏନ୍ସ ଫ୍ରେସ୍ ନିକଟରେ ପଛରୁ କଳା ପଲ୍‌ସରରେ ଦୁଇ ଯୁବକ ଆସି ମୋବାଇଲ ଫୋନ୍ ଝାମ୍ପି ନେଇଥିଲେ। ଗତ ୨୨ ତାରିଖ ଅପରାହ୍ନରେ ସାଲିଆ ସାହିରେ ରହୁଥିବା ଗଞ୍ଜାମର ରତ୍ନାଲ ନାୟକ(୨୫) ସିଆର୍‌ପି ଛକରୁ ଚାଲି ଚାଲି ଇସ୍କନ ମନ୍ଦିର ଦେଇ ଯାଉଥିବା ବେଳେ ଏଭଳି ମୋବାଇଲ ଛିନ୍‌ତାଇର ଶିକାର ହୋଇଥିଲେ। ସେତେବେ‌ଳେ ଏକ ପଲସର ବାଇକ୍‌ରେ ଦୁଇ ଯୁବକ ଆସି ମୋବାଇଲ ଫୋନ୍‌ ଝାମ୍ପି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe