ମା’-ପୁଅ ଆସିଲେ, ମୋବାଇଲ ଲୁଟିନେଲେ: ସିସିଟିଭିରେ କଏଦ ହେଲା ଚିତ୍ର

Advertisment
ହାଇସ୍କୁଲରେ ଲାଗିବ ସିସିଟିଭି: ଆୟୋଜନ ହେବ ଗଣିତ ମେଳା, ବିଜ୍ଞାନ ପ୍ରଶିକ୍ଷଣ ଶିବିର

Justdial

ଭୁବନେଶ୍ବର: ମେଡିସିନ୍ ନେବା ପାଇଁ ମା’-ପୁଅ ଆସିଲେ, କିନ୍ତୁ ମୋବାଇଲ ଫୋନ୍ ଲୁଟିନେଲେ। ଏପରି ଏକ ଘଟଣା ଘଟିଛି କଟକରୋଡରେ ଥିବା ଏକ ମେଡିସିନ୍ ଷ୍ଟୋରରେ। ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି। ପୂରା ଚୋରି ଘଟଣାର ସିସିଟିଭି ଫୁଟେଜ୍ ପୁଲିସ ଜବତ କରିଛି।
ମିଳିଥିବା ସୂଚନା ଅନୁସାରେ, ଜଣେ ବାଳକ ଓ ଜଣେ ମହିଳା ମେଡିସିନ୍ ଷ୍ଟୋରକୁ ଯାଇଥିଲେ। ଦୋକାନୀଙ୍କୁ ଏକ ମେଡିସିନ୍ ଆଣିବା ପାଇଁ କହିଥିଲେ। ଦୋକାନୀ ମେଡିସିନ୍ ଆଣିବା ସମୟରେ ଗ୍ଲାସ୍ ଉପରେ ରଖା ଯାଇଥିବା ମୋବାଇଲ ଫୋନକୁ ଧରି ସେମାନେ ପଳାଇଥିଲେ। ଦୋକାନୀ ଫୋନ୍ ଖୋଜି ନ ପାଇବାରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ମା’-ପୁଅ ବେଶରେ ଆସିଥିବା ଦୁଇଜଣ ଚୋରି କରି ନେଇ ପଳାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe