ରହସ୍ୟମୟ ହେଉଛି ଆଦିତ୍ୟଙ୍କ ମୃତ୍ୟୁ: ହତ୍ୟା କରି ଫିଙ୍ଗି ଦେଇଛନ୍ତି!

Advertisment
ରହସ୍ୟମୟ ହେଉଛି ଆଦିତ୍ୟଙ୍କ ମୃତ୍ୟୁ: ହତ୍ୟା କରି ଫିଙ୍ଗି ଦେଇଛନ୍ତି!

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଛନ୍ଦି ହୋଇପଡ଼ିଛି ରେଳବାଇ ପୁଲିସ। ଅପମୃତ୍ୟୁ ହତ୍ୟା ମାମଲାକୁ ରୂପାନ୍ତରିତ ହେବା ପରେ ପୁଲିସ ତଦନ୍ତର ଦିଗ ବଦଳିଛି। କୋଭିଡ୍‌ କଟକଣା ଯୋଗୁ ସୀମିତ ଟ୍ରେନ୍‌ ଚଳାଚଳ କରୁଛି। ନିୟମିତ ଧାର୍ଯ୍ୟ ସମୟରେ ଟ୍ରେନ୍‌ ଚଳାଚଳ କରୁଛି। କିନ୍ତୁ ଏହି ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ କୌଣସି ଏଯାବତ୍‌ କୌଣସି ଲୋକୋ-ପାଇଲଟ୍‌ ଏହି ମୃତଦେହ ସମ୍ବନ୍ଧରେ ସୂଚନା ଦେଇ ନାହାନ୍ତି। ହତ୍ୟା ପରେ କେହି ଫିଙ୍ଗି ଦେଇଥିବା ନେଇ ଆଶଙ୍କା ଘନେଇଛି। ଏହି ସମୟରେ କେଉଁ ଟ୍ରେନ୍‌ ଯାଇଥିଲା ଓ ତାହାର କିଏ ଲୋକୋ-ପାଇଲଟ ଥିଲେ ତାହା ଜଣାଇବା ପାଇଁ ପୂର୍ବତଟ ରେଳବାଇକୁ ରେଳବାଇ ପୁଲିସ ଚିଠି ଲେଖିଛି।

ଅନ୍ୟପଟେ ମୃତକଙ୍କ ପତ୍ନୀ ଓ ବନ୍ଧୁମାନଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଡାଏରିରେ ଥିବା ଲେଖାକୁ ନେଇ ପୁଲିସ ଧନ୍ଦି ହେଉଛି। ଅକ୍ଷର କାହାର, ସେ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ନୂଆ ବିବାଦ ଉଠିଛି। ରାତି ୧୦ଟା ଯାଏଁ ବିକାଶ ଆଲମାରିରେ ଡାଏରି ରଖିଥିଲେ। ଡାଏରିକୁ କାହିଁକି ଘରଲୋକଙ୍କୁ ଦେଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ପତ୍ନୀ ବିଦ୍ୟାଶ୍ରୀ।

publive-imageଅନ୍ୟପଟେ ବିକାଶ କହିଛନ୍ତି, ଦୁଇଦିନ ମଧ୍ୟରେ ପୁଲିସ କିଛି ନ କରିପାରିଲେ ଆ‌ମ ପାଖରେ ପ୍ରମାଣ ଯାହା ଅଛି ତାହାକୁ ନେଇ ଆଗକୁ ଯିବୁ ବୋଲି କହିଛନ୍ତି। ତେବେ ବିକାଶଙ୍କ ପାଖରେ କ’ଣ ଅଛି? ଏହି ପ୍ରମାଣ କାହାକୁ ଦୋଷୀ କରିବ? ଅନ୍ୟପଟେ ମାମଲାଟା ବିଦ୍ୟାଶ୍ରୀଙ୍କ ଆଡ଼କୁ ଯାଉଛି ବୋଲି କହୁ କହୁ କହିଛନ୍ତି ପପୁ। ପପୁ ଆଦିତ୍ୟଙ୍କଠାରୁ ନେଇଛନ୍ତି ୭୦ ହଜାର। ଏହାକୁ ଡାଏରିରେ ଉଲ୍ଲେଖ କରିଛନ୍ତି ଆଦିତ୍ୟ। ଏ ନେଇ ପପୁ କହିଛନ୍ତି,‘ ମୋ ଭଉଣୀର ବାହାଘର ପାଇଁ ମୁଁ ୭୦ ହଜାର ନେଇଥିଲି। ସେତେବେଳେ ପତ୍ନୀ ଆଦିତ୍ୟଙ୍କ ସହ ଗଣ୍ଡଗୋଳ କରିଥିଲେ। ପତ୍ନୀ କହିଲେ ମୁଁ ୫୦ ହଜାର ମାଗିଲି ଦେଲନି, ତାକୁ କାଇଁ ୭୦ ହଜାର ଦେଲ? ଏହାକୁ ନେଇ ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତା ଛଡ଼ା ପ୍ରଥମ ଦୁଇଦିନ ବିଦ୍ୟାଶ୍ରୀ କିଛି କହିନଥିଲେ। ପରେ ସେ ଆମ ଆଡ଼କୁ ଆଙ୍ଗୁଠି ଉଠାଉଛନ୍ତି। ପଇସାକୁ ନେଇ କୌଣସି ସମସ୍ୟା ନାହିଁ। ମୁଁ କହୁ କହୁ ସେ ଚେକ୍‌ରେ ଦସ୍ତଖତ କରିଥିଲେ।

ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି, ୭୦ ହଜାର ପପୁ ନେବା ପରେ ଆଦିତ୍ୟ ଚିନ୍ତାରେ ରହିଥିଲେ। ଏହି ପଇସାରେ ଆଶ୍ରମର ଜମି କିଣା ଯାଇଥାନ୍ତା। ସବୁଦିନ ସେ ମାଗୁଥିଲେ ମଧ୍ୟ ସେ ଦେଉନଥିଲେ। ଏଣୁ ସେ ମାନସିକ ଚିନ୍ତାରେ ରହିଥିଲେ। ଆଉ ଗୋଟେ କଥା ହେଲା ସେମାନେ ଏତେ ସମୟ ଧରି କାହିଁକି ଡାଏରି ରଖିଥିଲେ? ଏଥି‌ରେ କିଛି ପରିବର୍ତ୍ତନ କରାଯାଇଛି କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe