ମା’ପାର୍ବତୀଙ୍କ ନବଦିନାତ୍ମକ ପୂଜା ଆରମ୍ଭ

Advertisment

ମା’ ଦୁର୍ଗାଙ୍କ ନଗର ପରିକ୍ରମା

ମା’ ଦୁର୍ଗାଙ୍କ ନଗର ପରିକ୍ରମା

ମା’ପାର୍ବତୀଙ୍କ ନବଦିନାତ୍ମକ ପୂଜା ଆରମ୍ଭ

TemplePurohit

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ମା’ ପାର୍ବତୀଙ୍କ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କ ପାଖରେ ୯ଦିନ ପାଇଁ ସ୍ବତନ୍ତ୍ର ପୂଜା କରାଯାଉଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସକାଳ ଧୂପ, ଦ୍ବିପହର ଧୂପ ଓ ସନ୍ଧ୍ୟା ଧୂପ ସରିବା ପରେ ମା’ଙ୍କ ପାଖରେ ସକାଳ ଧୂପ, ଦ୍ବିପହର ଧୂପ ଓ ସନ୍ଧ୍ୟା ଧୂପ କରାଯାଇଛି। ଏହି ଧୂପ ପରେ ଶ୍ରୀଜିଉଙ୍କ ସମର୍ପଣ ଭୋଗକୁ ମା’ଙ୍କ ପାଖରେ ଅର୍ପଣ କରାଯାଇଥିଲା। ପ୍ରତିଦିନ ସକାଳେ ଫଳ ଭୋଗ କରାଯିବା ବେଳେ ଦ୍ବିପ୍ରହର ଧୂପ ବେଳେ ଖେଚୁଡ଼ି, ଡାଲମା, ଦହି ପଖାଳ, କାକରା, ଖଟା, ଖିରୀ ଆଦି ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ଧୂପରେ ଛେନା, କଦଳୀ ଓ ମୁଆଁ ଭୋଗ ଲାଗି କରାଯାଇଛି ବୋଲି ମନ୍ଦିର ସେବାୟତ କହିଛନ୍ତି।

ଆଜି ନବରାତ୍ରି ପୂଜା ପ୍ରଥମ ଦିନରେ ମା’ ଦୁର୍ଗା ନଗର ପରିକ୍ରମା କରିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିରରୁ ମା’ ଦୁର୍ଗାଙ୍କ ନଗର ପରିକ୍ରମା ବିଧି ଅନୁଯାୟୀ କରାଯାଇଛି। ପାଲିଙ୍କିରେ ମା’ ବିରାଜମାନ ହୋଇ ସେବାୟତମାନଙ୍କ ଗହଣରେ ବୈତାଳ ମନ୍ଦିର ନିକଟକୁ ଯାତ୍ରା କରିଥିଲେ। ତ୍ରାସ, ଛତା, କାହାଳି ଓ ଘଣ୍ଟୁଆ ସେବାୟତମାନଙ୍କ ଗହଣରେ ଏହି ଯାତ୍ରା କରାଯାଇଥିଲା। ଆଜି ମନ୍ଦିରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସକାଳ ଧୂପ ବେଳେ ମା’ ଦୁର୍ଗା ଆଡ଼କାଠ ନିକଟକୁ ଆସି ଏକ ଖଠୁଲି ଉପରେ ବସିବା ପରେ ଭୋଗଲାଗି କରାଯାଇଥିଲା। ଏହା ସରିବା ପରେ ଠାକୁରଙ୍କୁ ଆଳତି କରାଯାଇଥିଲା। ସେହିପରି ଠାକୁରଙ୍କର ସନ୍ଧ୍ୟା ଧୂପ ହେବା ସମୟରେ ମା’ ନଗର ପରିକ୍ରମାରେ ବାହାରି ବୈତାଳ ମନ୍ଦିର ନିକଟକୁ ଯାତ୍ରା କରିଥିଲେ। ସେଠାରେ ମନ୍ଦିର ନିକଟରେ ମା’ଙ୍କୁ ମୁଆଁ ଭୋଗ ଲାଗି କରାଯାଇଥିଲା। ସେହିପରି ଠାକୁରଙ୍କ ଆଳତି ସରିବା ପରେ ପ୍ରସାଦ ଓ ଚନ୍ଦନକୁ ପୂଜାପଣ୍ଡା ସେବାୟତ ମା’ ଦୁର୍ଗାଙ୍କ ମୁଣ୍ଡରେ ଲଗାଇବା ପରେ ଭେଟ ଆଳତି କରାଯାଇଥିଲା। ଏହାପରେ ମା’ ଦକ୍ଷିଣୀ ଘରକୁ ଯାଇ ନୀତି ସମ୍ପନ୍ନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe