ଫାଇଲରେ ଗଡ଼ୁଛି ନବୀନନଗର ରାସ୍ତା

ଫାଇଲରେ ଗଡ଼ୁଛି ନବୀନନଗର ରାସ୍ତା

ଭୁବନେଶ୍ବର: ପୋଖରୀପୁଟ ଅନନ୍ତବିହାର ନିକଟ ନବୀନନଗର କଲୋନିକୁ ରାସ୍ତା ନାହିଁ। ନୂତନ ରାସ୍ତା ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ମିଳିଥିଲେ ମଧ୍ୟ ବିଏମ୍‌ସିର ଅବହେଳା ଯୋଗୁଁ ରାସ୍ତା କାମ ଅଧାରେ ପଡ଼ି ରହିଛି ‌ବୋଲି ଅଭିଯୋଗ ହେଉଛି। ସୂଚନାନୁସାରେ, ପୋଖରୀପୁଟ ଅନନ୍ତନଗର ନିକଟରେ ରହିଛି ନବୀନନଗର। ଏହି ନଗରକୁ ରହିଥିବା ରାସ୍ତାର ଜମି ସାଧାରଣ ପ୍ରଶାସନ ଅଧୀନରେ ରହିଛି। ଏହି ରାସ୍ତାର ଜମି ବିଏମ୍‌ସିକୁ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ଲୋକ ସାଧାରଣ ପ୍ରଶାସନ ବିଭାଗର ଦ୍ବାରସ୍ଥ ହୋଇଥିଲେ। ସାଧାରଣ ପ୍ରଶାସନ ବିଭାଗ ଜମି ସର୍ଭେ କରି ୨୦୧୯ ମସିହା ଡିସେମ୍ବର ମାସରେ ବିଏମ୍‌ସିକୁ ଅନୁମତି ପ୍ରଦାନ କରିଥିଲା।

ତେବେ ବିଏମ୍‌ସି ପକ୍ଷରୁ ପୁର୍ନବାର ଜମି ସର୍ଭେ ପାଇଁ ବିଏମ୍‌ସି ଜୋନାଲ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେଠାରେ ରହୁଥିବା ସ୍ଥିତିବାନ ଜମି ମାଲିକଙ୍କ ଉପସ୍ଥିତିରେ ବିଏମ୍‌ସି ପକ୍ଷରୁ ସର୍ଭେ ହେବା ପରେ ଜୋନାଲ ଡେପୁଟି କମିସନର ବିଏମ୍‌ସି ଡେପୁଟି କମିସନରଙ୍କ ପାଖକୁ ପଠାଇଦେଲେ। ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ଉକ୍ତ ଫାଇଲ୍‌ ସେମିତି ପଡ଼ି ରହିଛି। କେବଳ ବିଏମ୍‌ସି ଡେପୁଟି କମିସନର ନିଜର ମତ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଲେ ରାସ୍ତା ପାଇଁ ଜମିଟି ବିଏମ୍‌ସିକୁ ହସ୍ତାନ୍ତର ହୋଇପାରିବ ଓ ନବୀନନଗର କଲୋନିକୁ ରାସ୍ତା ନିର୍ମାଣ କରିବାରେ କୌଣସି ସମସ୍ୟା ରହିବ ନାହିଁ। କିନ୍ତୁ ତାହା ହୋଇପାରୁନାହିଁ। ଏନେଇ ସ୍ଥାନୀୟ ଅଧିବାସୀ ଭଗବାନ ପ୍ରଧାନ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବିଏମ୍‌ସି ଅତିରିକ୍ତ କମିସନର ଅନୁମତି ଦେଲେ ଏହି ରାସ୍ତା କାମ ଆଗେଇ ପାରିବ। ଏନେଇ ବିଏମ୍‌ସି ଅତିରିକ୍ତ କମିସନରଙ୍କ କହିବା କଥା ଏନେଇ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe