‌ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ପ୍ରଥମ ଦିନରେ ୧୩୭୫ ପର୍ଯ୍ୟଟକ

ଏଥର ସୋମବାର ନନ୍ଦନକାନନ ଖୋଲା

ବାରଙ୍ଗ/ତ୍ରିଶୁଳିଆ: ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଙ୍ଗଳବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ସକାଳ ୭ଟା ୪୫ରେ ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା ନଡିଆ ଭାଙ୍ଗି ଶୁଭ ମନାସିବା ପରେ ଟିକେଟ୍‌ ଘର ଖୋଲା ଯାଇଥିଲା। ପ୍ରଥମ କରି ବୁଲି ଆସିଥିବା ଛତିଶଗଡ଼ର ୫ଜଣ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଥିଲା। କୋଭିଡ୍‌ ନିୟମ ଅନୁସାରେ ସେମା‌ନେ ହାତ ସାନିଟାଇଜ୍‌ କରିବା ପରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରି ଟିକେଟ୍‌ କାଉଣ୍ଟର୍‌କୁ ଛଡ଼ା ଯାଇଥିଲା।

ଆଜି ପ୍ରଥମ ଟିକେଟ୍‌ କାଟିଥିଲେ ଛତିଶଗଡ଼ର ରାକେଶ ସାହୁ। ପ୍ରଥମ ଦିନରେ ଅଫଲାଇନ୍‌ରେ ୧୩୩୯ ଓ ଅନଲାଇନ୍‌ରେ ୩୬ ଟିକେଟ୍‌ ମିଶାଇ ମୋଟ ୧୩୭୫ଟି ଟିକେଟ୍‌ ବିକ୍ରି ହୋଇଥିବା ସୂଚନା ମିଳିଛି। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧୮୮ଜଣ ପର୍ଯ୍ୟଟକ ଆସିଥିବା ଜଣାଯାଇଛି। ନନ୍ଦନକାନନ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ଉପନିର୍ଦ୍ଦେଶକ ସଂଜିତ କୁମାର ଆଜିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିଭଳି ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟର ଡେରାସକୁ ବୁଲି ଆସିଥିବା ୬୦ଜଣ ପର୍ଯ୍ୟଟକଙ୍କଠାରୁ ୨୩୨୦ଟଙ୍କା ଓ ଗୋଡିବାରିକୁ ଆସିଥିବା ୪ ଜଣ ପର୍ଯ୍ୟଟକଙ୍କଠାରୁ ଏକ ହଜାର ଟଙ୍କା ଟିକେଟ୍‌ ବିକ୍ରି ବାବଦକୁ ଆଦାୟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe