ପରିତ୍ୟକ୍ତ ହୋଇ ପଡିଛି ନନ୍ଦକିଶୋର ପୁଷ୍କରିଣୀ, ଅଭିଯୋଗ କରି ମେୟରଙ୍କୁ ଘେରିଲେ ଲୋକ

Advertisment
ପରିତ୍ୟକ୍ତ ହୋଇ ପଡିଛି ନନ୍ଦକିଶୋର ପୁଷ୍କରିଣୀ, ଅଭିଯୋଗ କରି ମେୟରଙ୍କୁ ଘେରିଲେ ଲୋକ

ପୁରୁଣା ଭୁବନେଶ୍ୱର: ଗ୍ୟାରେଜ୍ ଛକ ଅଞ୍ଚଳ ନନ୍ଦକିଶୋର ପୁଷ୍କରିଣୀର ପୁନରୁଦ୍ଧାର ହେଉନାହିଁ। ଏହା ମଶାଙ୍କ ଉତ୍ପତ୍ତି ସ୍ଥଳ ହୋଇଥିବାରୁ ଡେଙ୍ଗୁ ଭଳି ରୋଗ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଏହାକୁ ନେଇ ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଗତ ୪ ବର୍ଷ ତଳେ ପୁଷ୍କରିଣୀର ପୁନରୁଦ୍ଧାର କରିବା ପାଇଁ ବିଏମ୍‌ସିକୁ ଆଦେଶ ଦେଇଛନ୍ତି। କିନ୍ତୁ ଆଦେଶ ପାଳନ ହେଉନଥିବାରୁ ଆଜି ସ୍ଥାନୀୟ ବାସିନ୍ଦା ମେୟରଙ୍କୁ ଭେଟିଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ପୁଷ୍କରିଣୀ ପୁନରୁଦ୍ଧାର ନ ହେବାରୁ ଏହା ମଶାଙ୍କ ଉତ୍ପତ୍ତି ସ୍ଥଳ ପାଲଟିଛି। ଏବଂ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏହାର ପୁନରୁଦ୍ଧାର ହେଲେ ଶହ ଶହ ଲୋକ ଏହାକୁ ବ୍ୟବହାର କରିବେ। ଏଭଳି ପଡ଼ି ରହିବା ଯୋଗୁଁ ଏହା ପୋତି ହେବା ସହ ଜବରଦଖଲ ଆରମ୍ଭ ହୋଇଛି। ୪ ବର୍ଷ ତଳେ ହାଇକୋର୍ଟ ପୁନରୁଦ୍ଧାର କରିବାକୁ ଆଦେଶ ଦେଇଥିଲେ ମଧ୍ୟ ଆଦେଶ ପାଳନ ହୋଇ ନାହିଁ। ୪ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ବିଏମ୍‌ସି ଏକାଧିକ ପୁଷ୍କରିଣୀ ପୁନରୁଦ୍ଧାର କରିଛି। ଏଣୁ ଏଠାରୁ ଜବରଦଖଲ ମୁକ୍ତ କରିବ ସହ ପୁଷ୍କରିଣୀ ତୁରନ୍ତ ପୁନରୁଦ୍ଧାର କରାଯାଉ ବୋଲି ସେମାନେ ମେୟର ସୁଲୋଚନା ଦାସଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହାରେ ଶ୍ରୀ ନାୟକ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମେ ୧୬ତାରିଖରେ ହାଇକୋର୍ଟ ଏହାର ପୁନରୁଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ। ଭାରତୀ ମଠ ଅଧୀନରେ ଏହି ଐତିହ୍ୟ ନନ୍ଦ କିଶୋର ପୁଷ୍କରିଣୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe