ଆରମ୍ଭ ହେଲା ‘ଜାତୀୟ ନାଟ୍ୟ ମହୋତ୍ସବ-୨୦୨୨’: ପ୍ରଥମ ସନ୍ଧ୍ୟାରେ ‘ହାର୍‌କିନ୍ ଦାସ ହିରୋ’

ଆରମ୍ଭ ହେଲା ‘ଜାତୀୟ ନାଟ୍ୟ ମହୋତ୍ସବ-୨୦୨୨’: ପ୍ରଥମ ସନ୍ଧ୍ୟାରେ ‘ହାର୍‌କିନ୍ ଦାସ ହିରୋ’

ଭୁବନେଶ୍ବର: ନାଟ୍ୟାନୁଷ୍ଠାନ ‘ବିଦ୍ୟାକନକ ସୃଜନାନୁଷ୍ଠାନ’ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପଠାରେ ‘ଜାତୀୟ ନାଟ୍ୟ ମହୋତ୍ସବ-୨୦୨୨’ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ଓ ଜଗଦୀଶ ପ୍ରସାଦ ମହାରଣାଙ୍କ ନିର୍ଦ୍ଦେଶିତ ନାଟକ ‘ହାରକିନ୍ ଦାସ ହିରୋ’ ପରିବେଷିତ ହୋଇଛି। ନାଟକର ବିଭିନ୍ନ ଚରିତ୍ରରେ ନବୀନ ପରିଡ଼ା, ଗୋବିନ୍ଦ ମହାପାତ୍ର, ମଳୟ ମହାନ୍ତି, ବିବେକାନନ୍ଦ ମହାପାତ୍ର, ଅଭିଜିତ୍ ଦାସ, ଶୁଭଙ୍କର ସାହୁ, ଆକାଶ, ଶିବପ୍ରସାଦ ମହାକୁଡ଼ ଓ ସିଦ୍ଧାନ୍ତ ବଳିଆରସିଂହ ଅଭିନୟ କରିଥିଲେ। ନାଟ୍ୟ ପରିଚାଳନାରେ ମାନସ ପରିଡ଼ା, ମଞ୍ଚ ପରିଚାଳନାରେ ଦେବାଶିଷ ରାଉତ ଓ ସହନିର୍ଦ୍ଦେଶନାରେ ସୌନିକା ସାହୁ ଥିଲେ। ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ, ପ୍ରଶାସକ ଦୁର୍ଗାଚରଣ ସାହୁ ଓ ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନାଟ୍ୟାନୁଷ୍ଠାନ ସଭାପତି ସୁଧାକର ପତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ। କା‌ର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଶୁଭକାନ୍ତ ପାଢ଼ୀ ପରିଚାଳନା କରିଥିଲେ। ଏହି ଅବସରରେ ନାଟ୍ୟକାର ସୁବାସ ଚନ୍ଦ୍ର ମହାପାତ୍ରଙ୍କ ନାଟକ ପୁସ୍ତକ ‘ଇନ୍ଦ୍ରପ୍ରସ୍ଥର ଗଳି’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe