ଭୁବନେଶ୍ବର: ଆରାଧନା ଡ୍ୟାନ୍ସ ଏକାଡେମି ପକ୍ଷରୁ ‘୯ମ ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ-୨୦୨୦’ର ଉଦ୍ଯାପନୀ ସନ୍ଧ୍ୟା ବୁଧବାର ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଏଲ୍ଏନ୍ ଅଗ୍ରୱାଲ୍, ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୋହନ ମହାପାତ୍ରଙ୍କୁ ‘ଆରାଧନା ସମ୍ମାନ ଫର୍ ନ୍ୟାସନାଲ ଇଣ୍ଟିଗ୍ରେସନ୍’, ଲଳିତ ନାରାୟଣ ରଥଙ୍କୁ ‘ଆରାଧନା ସମ୍ମାନ’ ଏବଂ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କୁ ‘ସ୍ନେହପ୍ରଭା ଯୁବ ପ୍ରତିଭା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବାଳକୃଷ୍ଣ ଜେନାଙ୍କ ସଙ୍ଗୀତ ପରିବେଷଣ ସହ ରୁଦ୍ରାକ୍ଷ ଫାଉଣ୍ଡେସନର ଅମୂଲ୍ୟ ବଳବନ୍ତରାୟ, ନୃତ୍ୟା଼ଞ୍ଜଳିର ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜ, ନୃତ୍ୟାଳୟର ଗୁରୁ ସନାତନ ନାୟକ, ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ର ଗୁରୁ ପଙ୍କଜ ପ୍ରଧାନ ପ୍ରମୁଖଙ୍କ ନୃତ୍ୟ ପରିବେଷଣ ହୋଇଥିଲା।
ନବମ ଗୋଟିପୁଅ ଉତ୍ସବ ଉଦ୍ଯାପିତ
Advertisment
Follow Us