ଭୁବନେଶ୍ବର: କରୋନା ପାଇଁ ବନ୍ଦ ହୋଇ ଯାଇଥିବା ବିଏମ୍ସିର ନୋ ପ୍ଲାଷ୍ଟିକ ଅଭିଯାନ ପୁଣି ଆରମ୍ଭ ହୋଇଛି। ଦୁଇ ଦିନ ହେଲା ରାଜଧାନୀର ବିଭିନ୍ନ ହାଟ ବଜାର ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ୍ ବ୍ୟବହାର ନକରିବାକୁ ପ୍ରଚାର କରିବା ପରେ ଆଜିଠାରୁ ଚଢ଼ଉ ଆରମ୍ଭ ହୋଇଛି। ବିଏମ୍ସିର ଦକ୍ଷିଣ-ପଶ୍ଚିମ ଜୋନ୍ ସ୍କ୍ବାଡ୍, ସିଆଣ୍ଡ୍ଡି କେନ୍ଦ୍ରୀୟ ସ୍କ୍ବାଡ୍ ପକ୍ଷରୁ ଜୋନାଲ ଡେପୁଟି କମିସନର ରବି ନାରାୟଣ ଜେଠୀଙ୍କ ନେତୃତ୍ବରେ ଏକ ଟିମ୍ ସିଆର୍ପି ଛକରେ ଚଢ଼ଉ କରିଥିଲା। ସିଆର୍ପି ଛକରୁ ଷ୍ଟିୱାର୍ଟ ସ୍କୁଲ ମଧ୍ୟରେ ଥିବା ବିଭିନ୍ନ ଭେଣ୍ଡିଂ ଜୋନ୍ ଉପରେ ଚଢ଼ଉ ହୋଇଥିଲା। ଏଥିରେ ୫ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ୧୧ ଜଣ ବ୍ୟବସାୟୀଙ୍କୁ ନୋଟିସ୍ କରାଯାଇଛି।
ପୁଣି ଆରମ୍ଭ ହେଲା ନୋ ପ୍ଲାଷ୍ଟିକ ଅଭିଯାନ: ୫ ହଜାର ଜରିମାନା, ୧୧ ଦୋକାନକୁ ନୋଟିସ୍
Advertisment
Follow Us