ମନଇଚ୍ଛା ବାଉନ୍ସର୍‌ ରଖିପାରିବେନି ବାର୍‌ ମାଲିକ

Advertisment
ମନଇଚ୍ଛା ବାଉନ୍ସର୍‌ ରଖିପାରିବେନି ବାର୍‌ ମାଲିକ

CNN

ଭୁବନେଶ୍ୱର: ବାର୍‌ ମାଲିକମାନେ ଆଉ ମନଇଚ୍ଛା ବାଉନ୍ସର୍‌ ବା ସୁରକ୍ଷା କର୍ମୀ ନିଯୁକ୍ତ କରିପାରିବେ ନାହିଁ। ନିଯୁକ୍ତି ଦେବା ପୂର୍ବରୁ ବାର୍‌ ମାଲିକ ସେମାନଙ୍କ ସମସ୍ତ ତଥ୍ୟ ଟିକିନିଖି ଯାଞ୍ଚ କରିବେ। ବିଶେଷକରି ସେମାନଙ୍କ ଆପରାଧିକ ପୃଷ୍ଠଭୂମି ସଂପର୍କରେ ଡିସିପିଙ୍କଠାରୁ ଯାଞ୍ଚ କରିବେ। ଏହାକୁ ବାଧ୍ୟତାମୂଳକ କରାଯାଇଛି।

ଆସନ୍ତା ଦୁଇମାସ ପର୍ଯ୍ୟନ୍ତ (ମେ’ ୯ ତାରିଖ ପର୍ଯ୍ୟନ୍ତ)ଦ୍ବୈତନଗରୀରେ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ପୁଲିସ୍‌ କମିସନର୍‌ ସ‌ୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ତେବେ ଘରୋଇ ସୁରକ୍ଷା ସଂସ୍ଥାରୁ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ। କିନ୍ତୁ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସକୁ ଲିଖିତ ଭାବେ ଜଣାଇବାକୁ ବାର୍‌ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ୧୧୨କୁ କଲକରି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ।

ଏହି ସୁରକ୍ଷା କର୍ମଚାରୀମାନେ କୌଣସି ପରିସ୍ଥିତିରେ ସୁରକ୍ଷାକର୍ମୀ ଗ୍ରାହକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ସୂଚନାଯୋଗ୍ୟ, ଦ୍ବୈତନଗରୀ ବାରଗୁଡ଼ିକରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ନାମରେ ବହୁ ଆପରାଧିକ ମାମଲା ଥିବା ପୁଲିସ ନଜରକୁ ଆସିଛି। ଏମିତିକି ଅନେକ ସମୟରେ ସେମାନେ ବାର୍‌ରେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତିରେ ଆଇନକୁ ହାତକୁ ନେଇଛନ୍ତି। ନିକଟ ଅତୀତରେ ଏଭଳି ଅନେକ ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe