ଡେଙ୍ଗୁ ଭୟରେ ସକାଳୁ ଫାଙ୍କା ପଡୁଛି ପାର୍କ

Advertisment

ସକାଳୁ ସକାଳୁ ନିଦ ଭାଙ୍ଗିଲାମାତ୍ରେ ନିତ୍ୟକର୍ମ ସାରି ପ୍ରାତଃଭ୍ରମଣରେ ଯାଉଥିବା ଅଧାରୁ ଅଧିକ ଭୁବନେଶ୍ବରିଆ ଏବେ ଡେଙ୍ଗୁମଶା ଭୟରେ ସକାଳ ୮ଟା ପରେ ଘରୁ ବାହାରୁଛନ୍ତି। ବିଶେଷ କରି ବୃଦ୍ଧ ଓ ମହିଳାମାନେ ରାଜଧାନୀର ବିଭିନ୍ନ ପାର୍କକୁ ଯିବା ସମୟ ପରିବର୍ତନ କରିଛନ୍ତି।

ସକାଳୁ ସକାଳୁ ନିଦ ଭାଙ୍ଗିଲାମାତ୍ରେ ନିତ୍ୟକର୍ମ ସାରି ପ୍ରାତଃଭ୍ରମଣରେ ଯାଉଥିବା ଅଧାରୁ ଅଧିକ ଭୁବନେଶ୍ବରିଆ ଏବେ ଡେଙ୍ଗୁମଶା ଭୟରେ ସକାଳ ୮ଟା ପରେ ଘରୁ ବାହାରୁଛନ୍ତି। ବିଶେଷ କରି ବୃଦ୍ଧ ଓ ମହିଳାମାନେ ରାଜଧାନୀର ବିଭିନ୍ନ ପାର୍କକୁ ଯିବା ସମୟ ପରିବର୍ତନ କରିଛନ୍ତି।

adgadgrr

ପୁରୁଣା ଭୁବନେଶ୍ୱର: ସକାଳୁ ସକାଳୁ ନିଦ ଭାଙ୍ଗିଲାମାତ୍ରେ ନିତ୍ୟକର୍ମ ସାରି ପ୍ରାତଃଭ୍ରମଣରେ ଯାଉଥିବା ଅଧାରୁ ଅଧିକ ଭୁବନେଶ୍ବରିଆ ଏବେ ଡେଙ୍ଗୁମଶା ଭୟରେ ସକାଳ ୮ଟା ପରେ ଘରୁ ବାହାରୁଛନ୍ତି। ବିଶେଷ କରି ବୃଦ୍ଧ ଓ ମହିଳାମାନେ ରାଜଧାନୀର ବିଭିନ୍ନ ପାର୍କକୁ ଯିବା ସମୟ ପରିବର୍ତନ କରିଛନ୍ତି। ଶତକଡ଼ା ୬୦ଭାଗ ଲୋକ ସକାଳ ୮ଟା ପରେ ପାର୍କକୁ ଯାଉଥିବାର ଦେଖିବାକୁ ମିଳୁଛି। ତେଣୁ ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ, ଇନ୍ଦରା ଗାନ୍ଧୀ ପାର୍କ, ନିଳାଦ୍ରୀ ବିହାର ପାର୍କ, ଟାଉନ୍‌ କ୍ଲବ ଖେଳପଡ଼ିଆ ସମେତ ଅନ୍ୟ ପାର୍କ ଓ ପଡ଼ିଆ ସକାଳୁ ଫାଙ୍କା ପଡୁଥିବାବେଳେ ୮ଟା ପରେ ହିଁ ଚଳଚଞ୍ଚଳ ହେଉଛି। ରାଜଧାନୀର ଅନେକ ଲୋକ ବଡ଼ିଭୋରରୁ ଉଠି ଲାଠିନେଇ ପଡ଼ୋଶୀମାନଙ୍କ ଗଛରୁ ଫୁଲ ତୋଳନ୍ତି। ଏବେ ସେମାନେ ମଧ୍ୟ ଭୟରେ ଏହିକାମ ବନ୍ଦ କରିଥିବାର ଦେଖା ଯାଉଛି। କେବଳ ସେତିକି ନୁହେଁ, କିଛି ଅଞ୍ଚଳରେ ବହୁଲୋକ ଡେଙ୍ଗୁ ଭୟରେ ସକାଳୁ ଉପର ମହଲାରୁ ତଳ ମହଲାକୁ ଓହ୍ଲାଉ ନାହାନ୍ତି।

ମୌସୁମୀର ପ୍ରବେଶ ପରେ ଭୁବନେଶ୍ବର ଡେଙ୍ଗୁଜ୍ବରରେ ଥରୁଛି। ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଲୋକେ ସକାଳୁ ପାର୍କକୁ ଯିବାଲାଗି ଚାହୁନାହାନ୍ତି। ଏ ପ୍ରସଙ୍ଗରେ ଫରେଷ୍ଟ ପାର୍କ ମର୍ଣ୍ଣିଂୱାକର୍ସ ୱେଲଫେୟାର ଆସୋସିଏନର ସଭାପତି ଦୁର୍ଗାଚରଣ ଦାଶ କହନ୍ତି, ‘‘ଲୋକେ ପାର୍କକୁ ସ୍ବାସ୍ଥରକ୍ଷା ପାଇଁ ଆସନ୍ତି, ରୋଗ କିଣିବାକୁ ନୁହେଁ। ତେଣୁ ମଶାଭୟରେ ବହୁ ଲୋକ ବିଳମ୍ବରେ ଆସୁଛନ୍ତି। ଡେଙ୍ଗୁମଶା ଯୋଗୁଁ ବିଏମ୍‌ସି ପାର୍କରେ ଧୂଆଁ ଦେବାକୁ ଅନୁରୋଧ ଆମେ କରିଛୁ। କିନ୍ତୁ କିଛି ଫଳ ମିଳିନି।’’ ବରିଷ୍ଠ ନାଗରିକ ମଧୁସୁଦନ ରାଉତ କହିଛନ୍ତି, ‘‘ଡେଙ୍ଗୁମଶାର ଭୟ ବହୁଲୋକଙ୍କୁ ଘାରିଛି। ତେବେ ପାର୍କରେ ଗଛଛାଇ ଥିବାରୁ ବିଳମ୍ବରେ ଚାଲିଲେ କିଛି ସମସ୍ୟା ହେଉନି।’’ ସେହିପରି ମଧୂସୁଦନ ପାର୍କକୁ ଆସୁଥିବା ଆଇନଜୀବୀ ସରୋଜ କୁମାର ସାହୁ କହିଲେ, ‘‘ରାଜଧାନୀରେ ଡେଙ୍ଗୁଭୟ ଯୋଗୁଁ ଅନେକ ଲୋକ ସକାଳୁ ବାହାରକୁ ବାହାରିବା ତ ଦୂରର କଥା, ଉପର ମହଲାରୁ ତଳକୁ ଓହ୍ଲାଉ ବି ନାହାନ୍ତି। ଏ ଡେଙ୍ଗୁର ତୁରନ୍ତ ପ୍ରତିକାର କରିବା ଆବଶ୍ୟକ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe