ପାଇକ ବିଦ୍ରୋହ ଓ ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ: କେନ୍ଦ୍ରକୁ ତଥ୍ୟ ଯୋଗାନ୍ତୁ ରାଜ୍ୟ ସରକାର

Advertisment

ପାଇକ ସ୍ମାରକୀ ପାଇଁ ତୁରନ୍ତ ଜାଗା ଯୋଗାଯାଉ, କ୍ଷୋଭ ପ୍ରକାଶ କଲା ଓଡ଼ିଶା ନାଗରିକ ମହାମଞ୍ଚ

ପାଇକ ସ୍ମାରକୀ ପାଇଁ ତୁରନ୍ତ ଜାଗା ଯୋଗାଯାଉ, କ୍ଷୋଭ ପ୍ରକାଶ କଲା ଓଡ଼ିଶା ନାଗରିକ ମହାମଞ୍ଚ

ପାଇକ ବିଦ୍ରୋହ ଓ ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ: କେନ୍ଦ୍ରକୁ ତଥ୍ୟ ଯୋଗାନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ନାଗରିକ ମହାମଞ୍ଚ, କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ପାଇକ ବିଦ୍ରୋହକୁ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ବିବୃତିକୁ ତୀବ୍ର ସମାଲୋଚନା କରାଯାଇଛି। ଅନୁଷ୍ଠାନଦ୍ବୟର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ମିଥ୍ୟା ବିବୃତ୍ତି ସ୍ୱାଭିମାନୀ ଓଡ଼ିଶାବାସୀଙ୍କୁ ଅସମ୍ମାନିତ ଓ ଅପମାନିତ କରିଛି।

ଏପ୍ରିଲ ୧୬, ୨୦୧୭ ମସିହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶିଷ୍ଟ ପାଇକ ବଂଶଧରମାନଙ୍କୁ ସମ୍ମାନିତ କରାଯାଇଥିଲା। ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୧୭-୧୮ ମସିହାରେ କେନ୍ଦ୍ର ବଜଟେ୍‌ରେ ୨୦୦ କୋଟି ଟଙ୍କା ଅନୁମୋଦନ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ କହିଥିଲେ ଯେ ପାଇକ ସଂଗ୍ରାମ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହାବ୍ୟତୀତ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଡିସେମ୍ବର ୮, ୨୦୧୯ରେ ଖୋର୍ଦ୍ଧାର ଐତିହାସିକ ବରୁଣେଇଠାରେ ‘ପାଇକ ସ୍ମାରକୀ’ର ଶିଳାନ୍ୟାସ କରାଯାଇଥିଲା।

ଭାରତ ସରକାରଙ୍କ (ଏନ୍‌ସିଆରଟି) ଦ୍ୱାରା ପରିଚାଳିତ ସିବିଏସ୍‌ଇର ଅଷ୍ଟମ ଶ୍ରେଣୀ ଇତିହାସ ବହିର ୬୨ ଏବଂ ୬୩ ପୃଷ୍ଠାରେ ମଧ୍ୟ ପାଇକ ବିଦ୍ରୋହ ସଂପର୍କରେ ବିଶେଷ ଉଲ୍ଲେଖ ରହିଛି। ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ। ତେଣୁ ଏହାକୁ ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାର ଚିଠି ସହ ଯୋଗ୍ୟଐତିହାସିକ ତଥ୍ୟ କେନ୍ଦ୍ର ସରକାରଙ୍କୁ ଯୋଗାନ୍ତୁ। ଏହାସହ ଖୋର୍ଦ୍ଧାର ‘ପାଇକ ସ୍ମାରକୀ’ ପାଇଁ ରାଜ୍ୟ ସରାକର ଯଥାଶୀଘ୍ର ବିନାମୂଲ୍ୟରେ କେନ୍ଦ୍ର ସଂସ୍କୃତି ବିଭାଗକୁ ଜାଗା ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ପାଇକ ସଂଗଠନର ପ୍ରଫୁଲ୍ଲ କୁମାର ବାହୁବଳେନ୍ଦ୍ର, ମୋହନ ସୁନ୍ଦର ଦଳସିଂରାୟ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ଯନ୍ତ୍ରୀ ଶିଶିର ନାୟକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe