ରାସ୍ତା ଉପରେ ଗଦା ହେଉଛି ନିର୍ମାଣ ଆବର୍ଜନା: ଚେତିଲା ବିଏମ୍‌ସି, ୧୩ଜଣଙ୍କୁ ନୋଟିସ୍‌

Advertisment

୬୬ ହଜାର ଜରିମାନା ଆଦାୟ

୬୬ ହଜାର ଜରିମାନା ଆଦାୟ

ରାସ୍ତା ଉପରେ ଗଦା ହେଉଛି ନିର୍ମାଣ ଆବର୍ଜନା: ଚେତିଲା ବିଏମ୍‌ସି, ୧୩ଜଣଙ୍କୁ ନୋଟିସ୍‌

ଭୁବନେଶ୍ୱର: ଯିଏ ଘର ତିଆରି କଲା ରାସ୍ତା ଉପରେ ବାଲିଗୋଡ଼ି ଜମା କଲା। ପୁରୁଣା ଘରୁ ଭାଙ୍ଗି ଯେଉଁ ଆବର୍ଜନା ବାହାର କଲା ତାକୁ ବି ରାସ୍ତା ଉପରେ ଗଦେଇଲା। ଏ ସବୁ ଗଦା କରୁଥିବା ଲୋକକୁ ନୋଟିସ୍‌ କରିବା ସହ ଜରିମାନା ଆଦାୟ କରିବାକୁ ବ୍ୟବସ୍ଥା ଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ରହିଥିଲା। ହେଲେ କରୋନାକୁ ଆଳ କରି କାର୍ଯ୍ୟାନୁଷ୍ଠାନ ନାମକୁ ମାତ୍ର ହେଉଥିଲା। ଏବେ ବିଏମ୍‌ସି ଚେତିଛି। ଆଜିଠାରୁ ଏହି ଏନ୍‌ଫୋର୍ସମେଣ୍ଟକୁ କଡ଼ା କଡ଼ି କରାଯାଇଛି। ତିନିଟି ଜୋନ୍‌ରେ ସଚେତନତା ସୃଷ୍ଟି କରାଯିବା ସହ ଜରିମାନା ଆଦାୟ କରାଯାଇଛି। ଆଜି ଗୋଟିଏ ଦିନରେ ୧୩ ଜଣଙ୍କୁ ନୋଟିସ୍‌ ହେବା ସହ ୬୬ ହଜାର ଟଙ୍କା ଆଦାୟ ହୋଇଛି। ତେବେ ଆଜି ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।

ତିନିଟି ଜୋନ୍‌ରେ ସ୍ବଚ୍ଛ ସାଥୀ, ୱାର୍ଡ ଅଫିସର ଓ ପରିମଳ ନିରୀକ୍ଷକଙ୍କ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି। ନିର୍ମାଣ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗି ବିଏମ୍‌ସିକୁ ସୂଚନା ଦେବାକୁ କୁହାଯାଇଛି। ଆଜି ପ୍ରଥମ ଦିନରେ ତିନିଟି ଜୋନ୍‌‌ରେ ୧୨ଟି ୱାର୍ଡରେ ସଚେତନତା ସହ ଜରିମାନା ଓ ନୋଟିସ୍‌ କରାଯାଇଛି। ଏନ୍‌ଫୋର୍ସମେଣ୍ଟ ପାଇଁ ଜେସିବି, ହାଇୱା, ଟିପ୍ପର ଓ ଟ୍ରା‌କ୍ଟର ପ୍ରଭୃତି ୨୯ଟି ଗାଡ଼ି ବ୍ୟବହାର କରାଯାଇଛି। ଏକ ସ୍ବତନ୍ତ୍ର ଗାଡ଼ି ସହାୟତାରେ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ସଚେତନତା ସୃଷ୍ଟି କରାଯାଇଛି। ରାସ୍ତା କଡ଼ରେ ଗଦା ହୋଇଥିବା ୪୧ ଟ୍ରିପ୍‌ ନିର୍ମାଣ ଆବର୍ଜନା ସଫା କରାଯାଇଛି। ଆଗକୁ ଏହି ଏନ୍‌ଫୋର୍ସମେଣ୍ଟ ଜୋରଦାର ଚାଲିବ ବୋଲି ବିଏମ୍‌ସି ପକ୍ଷରୁ ଚେତାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe