Advertisment

The police ପୁଲିସ ରଖୁନି, କୋର୍ଟରେ ବଢ଼ୁଛି ମାମଲା: ୧୦ ମାସରେ କୋର୍ଟରେ ୯ ହଜାର ୧-ସିସି ମାମଲା

Advertisment

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଥାନାରେ ଜଣେ ଅଭିଯୋଗକାରୀଙ୍କ ସହିତ ପୁଲିସ ଭଲ ବ୍ୟବହାର କରିବା ସହିତ ସମସ୍ତ ଏଫ୍‌ଆଇଆର୍‌ ଉପରେ ମାମଲା ରୁଜୁ କରିବ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଥାନାରେ ଜଣେ ଅଭିଯୋଗକାରୀଙ୍କ ସହିତ ପୁଲିସ ଭଲ ବ୍ୟବହାର କରିବା ସହିତ ସମସ୍ତ ଏଫ୍‌ଆଇଆର୍‌ ଉପରେ ମାମଲା ରୁଜୁ କରିବ।

police

ଭୁବନେଶ୍ବର: କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଥାନାରେ ଜଣେ ଅଭିଯୋଗକାରୀଙ୍କ ସହିତ ପୁଲିସ ଭଲ ବ୍ୟବହାର କରିବା ସହିତ ସମସ୍ତ ଏଫ୍‌ଆଇଆର୍‌ ଉପରେ ମାମଲା ରୁଜୁ କରିବ। କିନ୍ତୁ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଠିକ୍‌ଭାବେ କାର୍ଯ୍ୟ କରୁନାହିଁ। ଜଣେ ମହିଳା ଏସ୍‌ଆଇ ଜଣେ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ  ଅଭିଯୋଗ ନେଇ ମହିଳା ଥାନା ଆସିଥି‌ଲେ। କିନ୍ତୁ ଥାନାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ନିଜେ ଏସ୍‌ଆଇ ଅଭିଯୋଗ କରିଛନ୍ତି। ଠିକ୍ ଦଫା ଲଗାଯାଇ ନଥିବା ଅଭିଯୋଗ କରି ସେ ସିପିଙ୍କଠାରୁ ଆରମ୍ଭ କରି ଡିଜିପିଙ୍କ ଦ୍ବାରସ୍ଥ ହୋଇଥିଲେ। ଥାନାରେ ମଧ୍ୟ ତାଙ୍କ ସହିତ ଠିକ୍‌ ବ୍ୟବହାର କରାଯାଇ ନଥିବା ସେ ଗଣମାଧ୍ୟମ ସମ୍ମୁଖରେ ରୋକ୍‌ଠୋକ୍‌ ଅଭି‌ଯୋଗ କରିଥିଲେ। ଜଣେ ମହିଳା ପୁଲିସଙ୍କ ସହିତ ଥାନାରେ ଏଭଳି ବ୍ୟବହାର କରାଯାଉଛି, ତେବେ ସାଧାରଣ ଲୋକଙ୍କ କଥା‌ ନ କହିବା ଭଲ। କେବଳ ଏହି ମାମଲା ନୁହେଁ କିଛି ଦିନ ତଳେ ଆଉ ଏକ ମାମଲାରେ ମଧ୍ୟ ମହିଳା ଥାନା ପୁଲିସ ସମାନ ଭାବେ ମାମଲା ରୁଜୁ କରି ନଥିଲେ। ଫଳରେ ମହିଳାଜଣକ ରାତି ଅଧରେ ଥାନା ସମ୍ମୁଖରେ ଧାରଣା ଦେବା ପରେ ପୁଲିସ ଅଭିଯୋଗକୁ ରୁଜୁ କରିଥିଲା। 

ରାଜଧାନୀରେ ଏ ଚିତ୍ର ଚିନ୍ତାଜନକ ନିଶ୍ଚୟ। ଲୋକେ ନ୍ୟାୟ ପାଇବା ପାଇଁ ପ୍ରଥମେ ଥାନାକୁ ହିଁ ଯାଇଥା’ନ୍ତି। ମାତ୍ର ଥାନାରେ ଯଦି ଉପଯୁକ୍ତ ବ୍ୟବହାର କରାନଯାଏ, ଏତଲାକାରୀଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଏ, ତେବେ ଲୋକଙ୍କର ଥାନା ଉପରୁ ବିଶ୍ବାସ ତୁଟିବା ନିଶ୍ଚିତ। ହୁଏତ ସେଇଥିପାଇଁ ଲୋକେ ଏବେ ଥାନାରୁ ନିରାଶ ହୋଇ ଅଦାଲତଙ୍କ ଦ୍ବାରସ୍ଥ ହେଉଛନ୍ତି। ଗତ ୧୦ ମାସ ମଧ୍ୟରେ କେବଳ ଭୁବନେଶ୍ବର କୋର୍ଟରେ ୯ ହଜାର ୧ ସିସି ମାମାଲା ରୁଜୁ ହେବା, ଥାନାର ସମ୍ବେଦନଶୀଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟଙ୍କା‌ ନେଣ ଦେଣ, ନିର୍ଯାତନା ଭଳି ମାମଲାରେ ପୁଲିସ ରଖୁ ନଥିବା ଅଭିଯୋଗ ହେଉଛି। ସାଇବର ଠକେଇ, ମହିଳା ନିର୍ଯ୍ୟାତନା ମାମଲା ମଧ୍ୟ ପୁଲିସ ନ ରଖି ସାଇବର ଥାନା ତଥା ମହିଳା ଥାନାକୁ ପଠାଇ ‌ବିଭିନ୍ନ ଥାନା ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛି। ବାରମ୍ବାର ଏ ଥାନାରୁ ସେ ‌ଥାନା ଦଉଡ଼ି ଦଉଡ଼ି ଶେଷରେ ନିରାଶ ହେଉଛନ୍ତି ସାଧାରଣ ଲୋକ। ଫଳରେ କୋର୍ଟରେ ୧-ସିସି ମାମଲା ବଢ଼ି ବଢ଼ି ଚାଲିଛି। ଚଳିତ ବର୍ଷ ୯ହଜାରରୁ ଅଧିକ ୧ସିସି ମାମଲା କୋର୍ଟରେ ରୁଜୁ ହୋଇ ସାରିଲାଣି। ଏଥିରୁ ଅନୁମାନ କରାଯାଇ ପାରେ ଯେ ମାମଲା ରୁଜୁ କରିବାରେ ପୁଲିସ କେତେ କୁନ୍ଥୁ କୁନ୍ଥୁ ହେଉଛି। 

ଜଣେ ସାଧାରଣ ଲୋକର ମାମଲା ଯଦି ପୁଲିସ ନ ରଖିଲା ‌କିମ୍ବା ମାମଲା ରୁଜୁ କରି ଚୁପ୍‌ ହୋଇ ବସି ପଡ଼ିଲା, ତେବେ କୋର୍ଟରେ ଏକ ମାମଲା ରୁଜୁ କରାଯାଇ ପୁଲିସକୁ ତଦନ୍ତ କିମ୍ବା ମାମଲା ରୁଜୁ କରିବାକୁ କୋର୍ଟ ତରଫରୁ ନି‌ର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ମାତ୍ର ୧୦ ମାସରେ ୯ହଜାର ମାମଲା ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ୨୦୨୪ରେ ୧୧ ହଜାର ଓ ୨୦୨୩ରେ ୧୦ ହଜାର ୧-ସିସି ମାମଲା ଭୁବନେଶ୍ବର କୋର୍ଟରେ ରୁଜୁ ହୋଇଥିଲା। ଚଳିତ ବର୍ଷ ଏହି ରେକର୍ଡକୁ ମଧ୍ୟ ଟପି ଯିବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ପୁଲିସ ବିନା ଚାପରେ ଲୋକଙ୍କ ମାମଲା ରୁଜୁ କରୁ ନାହିଁ କିମ୍ବା ବଡ଼ବଡ଼ିଆଙ୍କ ନାମରେ ମଧ୍ୟ ଅଭିଯୋଗ ଆସିଲେ ଅଭିଯୋଗପତ୍ର ବି ରଖୁ ନାହିଁ। ଥାନାରେ ହିଁ  ରଫାଦଫା କରିବାକୁ ବାଧ୍ୟ କରୁଛି। ତେଣୁ ବହୁ ଲୋକ ନ୍ୟାୟ ପାଇ ପାରୁ ନାହାନ୍ତି। ଏହାକୁ ନେଇ ସରକାର କଠୋର ହେବା ଆବଶ୍ୟକ ବୋଲି ଆଇନଜୀବୀ ତୁଷାର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe