ରାସ୍ତାରେ ପଡ଼ିଥିବା ୫ଶହ ଟଙ୍କିଆ ବିଡ଼ା ଫେରାଇଲା ପୁଲିସ

ରାସ୍ତାରେ ପଡ଼ିଥିବା ୫ଶହ ଟଙ୍କିଆ ବିଡ଼ା ଫେରାଇଲା ପୁଲିସ

ଭୁବନେଶ୍ବର : ଗଙ୍ଗନଗର ଛକରୁ ପାଇଥିବା ଦେଢ଼ ଲକ୍ଷ ଟଙ୍କା ଫେରାଇଛି କ୍ୟାପିଟାଲ ଥାନା ପୁଲିସ। ଉପଯୁକ୍ତ ପ୍ରମାଣ ଦେଖାଇବା ପରେ ଶଶାଙ୍କ ଶେଖର ନାମକ ଜଣେ ଯୁବକଙ୍କୁ ଏହି ଟଙ୍କା ଫେରାଇ ଦିଆଯାଇଥିବା ପୁଲିସ କହିଛି। ଯୁବକ ଜଣକ ଜଣେ ଏମ୍‌ପିଙ୍କ ଏକାନ୍ତ ସହାଯୋଗୀ ବୋଲି ଜଣାପଡ଼ିଛି। ତେବେ ଯୁବକଙ୍କ ପରିଚୟ ପୁଲିସ ସ୍ପଷ୍ଟ କରିବାକୁ ଚାହିନାହିଁ। ଗତକାଲି ସେ ବ୍ୟାଗ୍‌ରେ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ଟଙ୍କା ବିଡ଼ା ପଡ଼ି ଯାଇଥିବା କହିଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାବେଳେ ଏହି ଛକରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ବାଇକ୍‌ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିବା ପରେ ନିଜେ ନିଜେ ଉଠି ଚାଲି ଯାଇଥିଲେ। କିନ୍ତୁ ପଡ଼ିଥିବା ଟଙ୍କାକୁ ନେଇନଥିଲେ। ଟଙ୍କାର ଯଦି ଉପଯୁକ୍ତ ପ୍ରମାଣ ଥିଲା ତେବେ ଗତକାଲି ଯୁବକ ଜଣକ କାହିଁକି ଛାଡ଼ି ଚାଲି ଯାଇଥିଲେ? ୨୪ ଘଣ୍ଟା ପରେ ଯୁବକଜଣକ କ’ଣ ପ୍ରମାଣ ଦେଖାଇଲେ? ଏ ନେଇ ପୁଲିସ ସ୍ପଷ୍ଟ କରିବାକୁ ଚାହିନାହିଁ। ଜଣେ ନେତାଙ୍କ ଚାପରେ ପୁଲିସ ଟଙ୍କା ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe