ନୋ-ପାର୍କିଂ ଜୋନ୍‌ରୁ ଗାଡ଼ି ଉଠାଇନେବ ପୁଲିସ

Advertisment

ଟ୍ରାଫିକ୍‌ ସୁପରିଚାଳନାକୁ ନେଇ ହକି ବିଶ୍ବକପ୍‌ ସ୍ବତନ୍ତ୍ର କମିଟିର ବୈଠକ

ଟ୍ରାଫିକ୍‌ ସୁପରିଚାଳନାକୁ ନେଇ ହକି ବିଶ୍ବକପ୍‌ ସ୍ବତନ୍ତ୍ର କମିଟିର ବୈଠକ

ନୋ-ପାର୍କିଂ ଜୋନ୍‌ରୁ ଗାଡ଼ି ଉଠାଇନେବ ପୁଲିସ

ଭୁବନେଶ୍ବର: ଆସନ୍ତା ଜାନୁଆରିରେ ହେବାକୁ ଥିବା ହକି ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିବା ପାଇଁ ଜୋରସୋର୍‌‌ରେ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ବିଶ୍ବକପ୍‌ ପାଇଁ ଗଠିତ ସ୍ବତନ୍ତ୍ର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ବରରେ ପାର୍କିଂ ବ୍ୟବସ୍ଥାକୁ ନେଇ ସମୀକ୍ଷା କରାଯାଇଛି। ଏଥିରେ ଟ୍ରାଫିକ୍‌ ବିଶୃଙ୍ଖଳା ହେଉଥିବା ପ୍ରମୁଖ ଜାଗାଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା। ବିଶେଷକରି ଏକ ନମ୍ବର ହାଟ, ଜୟଦେବ ବିହାର, ନୂଆପଲ୍ଲୀ, ସିଆର୍‌ପି, ପଟିଆ ଆଦି ଛକରେ ଅଧିକ ଜାମ୍‌ ହେଉଥିବାରୁ ବିଶ୍ବକପ୍‌ ସମୟରେ ସେଠାରେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ନୋ-ପାର୍କିଂ ଜୋନ୍‌ରେ ଯେଭଳି ଗାଡ଼ି ରହିବନି, ତାହାକୁ ସୁନିଶ୍ଚିତ କରାଯିବା ଉପରେ ବୈଠକରେ ଜୋର୍‌ ଦିଆଯାଇଥିଲା।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟ୍ରାଫିକ୍‌ ପୁଲିସକୁ ୨ଟି କ୍ରେନ୍‌ ଯୋଗାଇ ଦିଆଯାଇଛି। ଆଜି ଏହି କ୍ରମରେ ପୁଲିସ ୧୨ଟି ଗାଡ଼ି ଉଠାଇ ଆଣିଛି। ଜରିମାନା ବାବଦରେ ମାଲିକଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଆଦାୟ କରାଯାଇଛି। ସେହିଭଳି ରାଜଧାନୀର କିଛି ସ୍ଥାନରେ ରଙ୍ଗରୁଟ୍‌ ଚାଳନା ଓ ବେଆଇନ ପାର୍କିଂ ହେଉଛି। ସେଠାରେ ଅତିରିକ୍ତ କ୍ୟାମେରା ଲଗାଇବା ପାଇଁ ସ୍ମାର୍ଟସିଟିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବିଏମ୍‌ସି ବିଭିନ୍ନ ପାର୍କିଂ ଲଟ୍‌ ବାବଦରେ ତଥ୍ୟ ପ୍ରଦାନ କରିଛି। ଏହି ପାର୍କିଂ ଜାଗା ବାଦ୍‌ ଅନ୍ୟ କେଉଁଠି ପାର୍କିଂ ହେଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରାଫିକ୍‌ ପୁଲିସ୍‌କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe