କାଷ୍ଟିଂ କାଉଚ୍‌ରେ ପ୍ରଯୋଜକଙ୍କ ପୁଅ, ମୁମ୍ବାଇ ପୁଲିସରେ ଅଭିଯୋଗ କଲେ ପ୍ରକୃତି ମିଶ୍ର

Advertisment
କାଷ୍ଟିଂ କାଉଚ୍‌ରେ ପ୍ରଯୋଜକଙ୍କ ପୁଅ, ମୁମ୍ବାଇ ପୁଲିସରେ ଅଭିଯୋଗ କଲେ ପ୍ରକୃତି ମିଶ୍ର

OdishaTV

ଚନ୍ଦ୍ରଶେଖରପୁର: ଗତ କିଛି ଦିନ ହେଲା ସାମା‌ଜିକ ଗଣମାଧ୍ୟମରେ ବେଶ୍ ଚହଳ ସୃଷ୍ଟି କରିଥିବା ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ପ୍ରସଙ୍ଗ କ୍ରମଶଃ ଜଟିଳ ହେବାରେ ଲାଗିଛି। ଜଣେ ପ୍ରତିଷ୍ଠିତ ପ୍ରଯୋଜକଙ୍କ ପୁଅ ନାଁରେ ଆସିଥିବା ଏହି ଅଭିଯୋଗ ଏବେ ଥାନାରେ ପହଞ୍ଚିଛି। ଅଭିନେତ୍ରୀ ପ୍ରକୃତି ମିଶ୍ର ଆଜି ଅନ୍‌ଲାଇନ୍‌ ଜରିଆରେ ମୁମ୍ବାଇ ପୁଲିସରେ ଏନେଇ ଅଭିଯୋଗ କରିଛନ୍ତି। ଏମିତିକି ମୁମ୍ବାଇ ପୁଲିସ ମଧ୍ୟ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିବା ପ୍ରକୃତି ସୂଚନା ଦେଇଛନ୍ତି।

ଚର୍ଚ୍ଚାରେ ଥିବା ଅଭିଯୋଗ ଅନୁସାରେ ପ୍ରଯୋଜକଙ୍କ ପୁଅ ତାଙ୍କ ମେଗା ଧାରାବାହିକରେ ଜଣେ ଅଭିନେତ୍ରୀଙ୍କୁ ନେଇଥିଲେ। ପରେ ତାଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ଦେବେ ବୋଲି କହିଥିଲେ। ତେବେ ଏଥିପାଇଁ ତାଙ୍କୁ ତାଙ୍କ ସହ ରାତି ବିତାଇବାକୁ ପଡ଼ିବ ବୋଲି କହିଥିଲେ। ମାତ୍ର ଅଭିନେତ୍ରୀଜଣଙ୍କ ରାଜି ନହେବାରୁ ପ୍ରଯୋଜକଙ୍କ ପୁଅ ତାଙ୍କୁ ମେଗା ଧାରାବାହିକରୁ ବାହାର କରିଦେଲେ। କେବଳ ସେହି ଜଣେ ଅଭିନେତ୍ରୀ ନୁହନ୍ତି, ଏମିତି ତିନି ଅଭିନେତ୍ରୀ ପ୍ରଯୋଜକଙ୍କ ପୁଅ ନାଁରେ ଏମିତି ସଂଗିନ୍‌ ଅଭିଯୋଗ ଆଣିଥିଲେ। ଏମିତିକି ପ୍ରଯୋଜକଙ୍କ ପୁଅ ସେମାନଙ୍କ ସହ କରିଥିବା ବାର୍ତ୍ତାଳାପର କ୍ଲିପିଂ ମଧ୍ୟ ଭାଇରାଲ୍‌ ହୋଇଥିଲା। ଏହି ଘଟଣା ସାମାଜିକ ଗଣମାଧ୍ୟମକୁ ଆସିବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରଯୋଜକଙ୍କ ପୁଅ ବିରୋଧରେ ସାମାଜିକ ଗଣମାଧ୍ୟମରେ ବର୍ଷିଥି‌ଲେ। ପରେପରେ ପ୍ରୟୋଜକଙ୍କ ପୁଅ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକୃତିଙ୍କ ଚରିତ୍ର ସଂହାରପୂର୍ବକ ମନ୍ତବ୍ୟ ରଖିଥିଲେ। ତେଣୁ ଆଜି ପ୍ରକୃତି ପୁଲିସରେ ଅଭିଯୋଗ କରିଥିବା କହିଛନ୍ତି। ଖୁବ୍‌ ଶୀଘ୍ର ଅନ୍ୟ ଅଭିନେତ୍ରୀମାନେ ପୁଲିସର ଦ୍ବାରସ୍ଥ ହେବେ ବୋଲି ପ୍ରକୃତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe