ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ବର ୩୫ରେ ସିପିଆଇ (ଏମ୍‌) ପ୍ରାର୍ଥିନୀଙ୍କ ପ୍ରତିଶ୍ରୁତି

Advertisment

ସରକାରୀ ଚାକିରି ଛାଡି ନିର୍ବାଚନ ମଇଦାନରେ ଦେବଦାସୀ

ସରକାରୀ ଚାକିରି ଛାଡି ନିର୍ବାଚନ ମଇଦାନରେ ଦେବଦାସୀ

ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ବର ୩୫ରେ ସିପିଆଇ (ଏମ୍‌) ପ୍ରାର୍ଥିନୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର: ମଙ୍ଗଳବାର ୱାର୍ଡ ନମ୍ବର ୩୫ରେ ସିପିଆଇ(ଏମ୍) କର୍ପୋରେଟର ପ୍ରାର୍ଥିନୀ ଦେବଦାସୀ ଦାଶ ଘର ଘର ବୁଲି ପ୍ରଚାର କରିଛନ୍ତି। ଲୋକମାନଙ୍କର କିଭଳି ମୌଳିକ ସମସ୍ୟା ରହିବ ନାହିଁ, ସରକାରଙ୍କର ପ୍ରତିଟି ଯୋଜନା କିଭଳି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେନେଇ ଉଦ୍ୟମ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଦେବଦାସୀ ଜଣେ ଉଚ୍ଚଶିକ୍ଷିତା ମହିଳା ହୋଇଥିବା ବେଳେ ସରକାରୀ ଚାକିରି (ଶିକ୍ଷୟିତ୍ରୀ) ଛାଡ଼ି ସମାଜସେବା କରିବାକୁ ବାହାରିଛନ୍ତି। ଆଜି ୟୁନିଟ-୯ର ସରକାରୀ କ୍ବାରର୍ଟର୍ସ, ବାୟାବାବା ମଠ ପଛ ବସ୍ତି, ୟୁନିଟ-୩ ପ୍ରାଇଭେଟ କଲୋନି ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ୩୫ ନମ୍ବର ୱାର୍ଡରେ ସାଧାରଣ ଲୋକଙ୍କର ଅନେକ ମୌଳିକ ସମସ୍ୟା ଥିବା ବେଳେ କର୍ପୋରେଟର ହେଲେ ସବୁ ସମସ୍ୟାର ସମାଧାନ ଶୀଘ୍ର କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe