ଅସାମାଜିକଙ୍କ ଆଡ଼ା ପାଲଟିଛି ରେଳ ଷ୍ଟେସନ

Advertisment
ପୂର୍ବତଟ ରେଳପଥରେ ରେଳ ଷ୍ଟେସନ ବିକାଶ ଏମିତି: ଆବଣ୍ଟିତ ଅର୍ଥ ଖର୍ଚ୍ଚ ହେଉନି

The Indian Express

ପୁରୁଣା ଭୁବନେଶ୍ବର,: ଏବେ ବିଭିନ୍ନ ରେଳଷ୍ଟସନ ଅସାମାଜିକଙ୍କ ଆଡ଼ା ପାଲଟିଛି। ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇନଥିବାରୁ ବହୁ ଛୋଟ ରେଳ ଷ୍ଟେସନ ବା ପାସେଞ୍ଜର ହଲ୍‌ଟ(ପିଏଚ୍‌) ଏକ ପ୍ରକାର ବନ୍ଦ ହୋଇ ପଡ଼ିଛି। ରେଳ କର୍ମଚାରୀଙ୍କୁ ବାଦ୍‌ ଦେଲେ କୌଣସି ଯାତ୍ରୀଙ୍କ ଚଳପ୍ରଚଳ ନଥିବାରୁ ଏହି ଷ୍ଟେସନଗୁଡ଼ିକ ସବୁ ସମୟରେ ଖାଁ ଖାଁ ରହୁଛି। ତେଣୁ ରାତିରେ ଆଡ଼ା କରିବା ପାଇଁ ଅସାମାଜିକମାନେ ମଉକା ପାଉଛନ୍ତି। ଏବେ ଲକ୍‌ଡାଉନ୍‌ କଟକଣାକୁ ରାତି ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ଖଟି କରିବାକୁ ସେମାନଙ୍କୁ ଭଲ ସୁଯୋଗ ମିଳୁଛି। ଫଳରେ ବହୁ ସମୟରେ ଗଣ୍ଡଗୋଳ ଘଟୁଥିବା ବେଳେ ରେଳବାଇ ସମ୍ପତ୍ତି ନଷ୍ଟ ହେଉଥିବା ଦେଖାଯାଉଛି।

କରୋନା କଟକଣା ପାଇଁ କିଛି ସ୍ବତନ୍ତ୍ର ଟ୍ରେନ୍‌କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ବିଶେଷକରି ପାସେଞ୍ଜର ଟ୍ରେନ୍‌ ବନ୍ଦ ଥିବାରୁ ପିଏଚ୍‌ଗୁଡ଼ିକ ବନ୍ଦ ରହିଛି। ପୂର୍ବରୁ ପିଏଚ୍‌ଗୁଡ଼ିକରେ ୧୦ ରୁ ୨୦ ପାସେଞ୍ଜର ଟ୍ରେନ୍ ରହଣି କରୁଥିଲା। ତେଣୁ ଲିଙ୍ଗରାଜ ଟେମ୍ପୁଲ୍‌ ରୋଡ୍‌, ସରକନ୍ତରା, ରେତଙ୍ଗ, ପଟିଆ, ବାଣୀବିହାର ଏବଂ ମଞ୍ଚେଶ୍ବର ଭଳି ଷ୍ଟେସନରେ ଗହଳି ଲାଗି ରହୁଥିଲା। କିନ୍ତୁ ଏବେ ପାସେଞ୍ଜର ଟ୍ରେନ୍‌ ସଂଖ୍ୟା ବହୁ ପରିମାଣରେ ବନ୍ଦ ହୋଇଥିବାରୁ ପିଏଚ୍‌ଗୁଡ଼ିକ ବନ୍ଦ ରହିଛି। ତେଣୁ ଅସାମାଜିକ ଯୁବକମାନେ ଏଠାରେ ନିଶା ସେବନଠାରୁ ଆରମ୍ଭ କରି ଜୁଆ ଖେଳିବା ପର୍ଯ୍ୟନ୍ତ ବିଭିନ୍ନ ଖରାପ କାମ କରୁଛନ୍ତି। ଫଳରେ ମଝିରେ ମଝିରେ ସେମାନଙ୍କ ମଧ୍ୟରେ ହଣାମରା ଭଳି ମାମଲା ହେଉଛି। ଗତ ଜୁନ୍‌ ୨୩ରେ ଲିଙ୍ଗରାଜ ଷ୍ଟେସନରେ ଏୟାରଫିଲଡ଼୍‌ ଥାନା ସୁନ୍ଦରପଦା ଅଞ୍ଚଳର ସେକ୍ ସୁଲେମାନ୍‌ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଜିଆର୍‌ପି ଏହି ମାମଲାର ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। ଅନ୍ୟ ପକ୍ଷ‌ରେ ଏହି ଷ୍ଟେସନମାନଙ୍କରେ ଦୁର୍ବୃତ୍ତମାନେ ରେଳବାଇ ସମ୍ପତ୍ତିକୁ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। ରେଳବାଇ ସରୁକ୍ଷାକର୍ମୀ ମୁତୟନ ହୋଇନଥିବାରୁ ଏଭଳି ହେଉଛି। ଆଇନଜୀବୀ ଶୀଳଭଦ୍ର ଶାସ୍ତ୍ରୀଙ୍କ କହିବା କଥା ଏହି ସବୁ ପି.ଏଚ୍‌ମାନଙ୍କରେ ଅସାମାଜିକ ଯୁବକମାନଙ୍କ ଖଟି ପାଇଁ ରେଳବାଇ ସମ୍ପତ୍ତି ନଷ୍ଟ ହେଉଛି। ଏନେଇ ଜିଆର୍‌ପି ଥାନା ଅଧିକାରୀ ବିକାଶ ପଲେଇଙ୍କ ସୂଚନାନୁସାରେ ଏଠାରେ ନିୟମିତ ଭାବେ ପାଟ୍ରୋଲିଂ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe