ରଜ ରାଜକୁମାରୀ ହେଲେ ଦୀପ୍ତିଜ୍ୟୋତି, ଆଦ୍ୟାଶା

Advertisment
ରଜ ରାଜକୁମାରୀ ହେଲେ ଦୀପ୍ତିଜ୍ୟୋତି, ଆଦ୍ୟାଶା

ଭୁବନେଶ୍ବର: ‘ଆମ ଟିଭି’ ପକ୍ଷରୁ ଆୟୋଜିତ ‘ରଜ ରାଜକୁମାରୀ’ ପ୍ରତିଯୋଗିତା ଶେଷ ହୋଇଛି। ଚଳିତବର୍ଷ ଢେଙ୍କାନାଳର ଦୀପ୍ତିଜ୍ୟୋତି ପଟ୍ଟନାୟକ ବରିଷ୍ଠ ବର୍ଗରେ ଏବଂ କଟକ ଟାଙ୍ଗିର ଆଦ୍ୟାଶା ମହାନ୍ତି କନିଷ୍ଠ ବର୍ଗରେ ରଜ ରାଜକୁମାରୀ ମୁକୁଟ ପିନ୍ଧିଛନ୍ତି। ଏଥିସହ କନିଷ୍ଠରେ ଯାଜପୁରର ଏରିନା ମଞ୍ଜରୀ ମଲ୍ଲିକ ଓ ଭୁବନେଶ୍ବରର ସୌଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟ ରନର୍ସଅପ ଏବଂ ସ୍ବତନ୍ତ୍ର ରାଜକୁମାରୀ ଭାବେ ଜଟଣୀର ସୌମ୍ୟାପ୍ରୀତି ପାଇକରାୟ ଓ ଭୁବନେଶ୍ବରର ପ୍ରିୟା ମିଶ୍ର ବିଜୟିନୀ ହୋଇଛନ୍ତି।

ଲକ୍‌ଡାଉନ୍‌ ସମୟରେ ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଭାର ଭିଡିଓ ପଠାଇବା ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଭିନେତ୍ରୀ ଶୀତଲ ପାତ୍ର, ରାଗିଣୀ ସୂତ୍ରଧର, ଅଙ୍କିତା ଦାସ, ତମନ୍ନା ବ୍ୟାସ କୃତୀ ପ୍ରତିଯୋଗୀଙ୍କୁ ବାଛିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଟିଭି, ସିନେମା ଓ ଡିଜିଟାଲ ପ୍ଲାଟଫର୍ମରେ ୩୦ ଦିନର ଓ ରନର୍ସଅପ ପ୍ରତିଯୋଗୀଙ୍କୁ ୧୫ଦିନର ଜବ୍‌ କାର୍ଡ ପ୍ରଦାନ କରାଯିବ ବୋଲି ଆୟୋଜକ ପ୍ରଣୟ ଜେଠୀ କହିଛନ୍ତି। ସମାଜସେବୀ ଜଗତ କର, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବୈଦ୍ୟବୁଟିର ନିର୍ଦେଶକ ରଞ୍ଜୟ ସାହୁ, ସପୁ ପ୍ୟାକେଜିଂର ଏମ୍‌ଡି ତପନ କୁମାର ଦାସ, ଏଆଇଏଫଟିର ନିର୍ଦେଶକ ରୁଦ୍ର ପ୍ରସାଦ ମହାପାତ୍ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe