ଭୁବନେଶ୍ବର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ( ହୁ) ପକ୍ଷରୁ ଚାଲିଥିବା ଗର୍ଭାଶୟ କର୍କଟ ବିଲୋପ ଅଭିଯାନକୁ ବର୍ଷେ ପୂରିଛି। ତେଣୁ ଜନ ସଚେତନତା ପାଇଁ ଦାୟିତ୍ବ ବହନ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ଏହି ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି ଅବସରରେ ଏଏସ୍ଆଇ ଓ କ୍ରିୟା ଫାଉଣ୍ଡେସନ୍ ଏକାଦଶ ସ୍ମାରକୀ ପକ୍ଷରୁ ରାଜାରାଣୀ ମନ୍ଦିରରକୁ ନୀଳ ରଙ୍ଗର ଆଲୋକରେ ସଜେଇ ଦିଆଯାଇଛି। ଗର୍ଭାଶୟ କର୍କଟ ବିଲୋପର ପ୍ରତୀକ ଭାବରେ ନୀଳ ରଙ୍ଗକୁ ବ୍ୟବହାର କରାଯାଉଥିବାରୁ ବିଏସ୍ସିଏଲ୍ ପକ୍ଷରୁ ମନ୍ଦିରକୁ ଏଭଳି ସଜାଇ ଦିଆଯାଇଛି। ଫଳରେ ନୀଳ ରଙ୍ଗରେ ଝଲସୁଥିବା ରାଜାରାଣୀ ମନ୍ଦିର ଆଜି ସନ୍ଧ୍ୟାରେ ଏକାମ୍ର କ୍ଷେତ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କ୍ରିୟା ଫାଉଣ୍ଡେସନ୍ର ଲିଲି ଜେନାମଣୀ କହିଛନ୍ତି ଏହି ସଚେତନତା ସୃଷ୍ଟି ପାଇଁ ଐତିହ୍ୟଗୁଡ଼ିକୁ ଆଲୋକିତ କରିବାକୁ ଯୋଜନା ହୋଇଛି। ବିଏସ୍ସିଏଲ୍ ସିଇଓ ସଞ୍ଜୟ କୁମାର ସିଂଙ୍କ ଉଦ୍ୟମକ୍ରମେ ପ୍ରଦୂଷଣକୁ ଆଖି ଆଗରେ ରଖି ଅଣମୋଟର ଯାନକୁ ପ୍ରୋତ୍ସାହିତ କରିବା ଓ ସହରକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଗର୍ଭାଶୟ କର୍କଟ ବିଲୋପ ଅଭିଯାନ: ନୀଳ ରଙ୍ଗରେ ଝଲସିଲା ରାଜାରାଣୀ ମନ୍ଦିର
Advertisment
Follow Us