ରାଜଧାନୀ ପୂଜା ସମିତି ଟ୍ରଷ୍ଟ ବୋର୍ଡ ବୈଠକ, ଆଦାୟ ହେବ ବକେୟା ଅର୍ଥ, ହଟିବ ଜବରଦଖଲ

ରାଜଧାନୀ ପୂଜା ସମିତି ଟ୍ରଷ୍ଟ ବୋର୍ଡ ବୈଠକ, ଆଦାୟ ହେବ ବକେୟା ଅର୍ଥ, ହଟିବ ଜବରଦଖଲ

ଭୁବନେଶ୍ବର: ଦୀର୍ଘ ଦିନ ପରେ ସର୍ବପୁରାତନ ଅନୁଷ୍ଠାନ ରାଜଧାନୀ ପୂଜା ସମିତିର ନୂଆ ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି। ଏହାର ସଭାପତି ଭାବରେ ଅବନୀକାନ୍ତ ପଟ୍ଟନାୟକଙ୍କୁ ଦେବତ୍ତୋର କମିସନର ସ୍ବୀକୃତି ପ୍ରଦାନ କରିଛନ୍ତି। ସ୍ବୀକୃତି ମିଳିବା ପରେ ଆଜି ସମିତି କାର୍ଯ୍ୟାଳୟ ପରିସର‌ରେ ପ୍ରଥମ ବୈଠକ ବସିଥିଲା। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

୩୧ ଦୋକାନୀଙ୍କ ଉପରେ ଭଡ଼ା ବାବଦକୁ ୩ କୋଟି ୪୦ ଲକ୍ଷ ୩୦ ହଜାର ୭୪୧ଟଙ୍କା ବାକି ପଡ଼ିଛି। ଏଗୁଡ଼ିକୁ ୭ ଦିନ ମଧ୍ୟରେ ପୈଠ କରିବା ପାଇଁ ସେମାନଙ୍କୁ ନୋଟିସ୍‌ ଦିଆଯାଇଛି। ଏହି ଅର୍ଥ ପୈଠ ନ ହେଲେ ସହରର ପ୍ରମୁଖ ସ୍ଥାନରେ ସେମାନଙ୍କର ନାମ ସହ ବାକି ପଡ଼ିଥିବା ଦେୟ ପରିମାଣ ପ୍ରଦର୍ଶିତ ହେବ। ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିଭଳି ଏହି ଅନୁଷ୍ଠାନ ପରିସରରେ ଏକ ଢାବା ସହ ଏକାଧିକ ଦୋକାନ ଜବରଦଖଲରେ ହୋଇଛି। ଦୀର୍ଘ ଦିନ ହେବ ନିର୍ବାହୀ ଅଧିକାରୀ ବିଏମ୍‌ସିକୁ ଚିଠି ଲେଖିଥିଲେ ମଧ୍ୟ ବିଏମ୍‌ସି ଏଗୁଡ଼ିକୁ ଉଚ୍ଛେଦ କରୁନାହିଁ। ଆଜି ସଭାପତି ଶ୍ରୀ ପଟ୍ଟନାୟକ ବିଡିଏକୁ ଉଚ୍ଛେଦ ପାଇଁ ଚିଠି ଲେଖିଛନ୍ତି। ଆଜି ବୈଠକରେ ସଭାପତିଙ୍କ ସମେତ ସଦସ୍ୟ ତଥା ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜୋନ୍‌-୧ ଏସିପି ମାନସ କୁମାର ଗଡ଼ନାୟକ, ବିଦ୍ୟାଧର ନାୟକ, ବିଏମ୍‌ସି ଡେପୁଟି କମିସନର ପୁରନ୍ଦର ନନ୍ଦ, ସମିତି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe