ଖଣ୍ଡା ବୁଲାଇ ନିଶାସକ୍ତ ଯୁବକର ହଙ୍ଗାମା

Advertisment
ଖଣ୍ଡା ବୁଲାଇ ନିଶାସକ୍ତ ଯୁବକର ହଙ୍ଗାମା

PlayStation Store

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ କୁଞ୍ଜପାଟଣା ସାହିରେ ଜଣେ ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ ସହ କ୍ଲବ ଘରେ ଭଙ୍ଗାରୁଜା କରି ଖଣ୍ଡା ବୁଲାଇ ଜଣେ ଯୁବକ ଆତଙ୍କ ଖେଳାଇଛି। ଏନେଇ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲା କୁଞ୍ଜପାଟଣା ସାହିର ସିତୁଲ ଓରଫ ଅମିତ ସ୍ବରୂପ ମହାପାତ୍ର (୩୦)।

ସୂଚନା ମୁତାବକ, ସିତୁଲ ଗତକାଲି ସେହି ସାହିର ପୁଷ୍ପଲତା ପରିଡ଼ାଙ୍କ ଘର ନିକଟକୁ ଯାଇଥିଲା। ପୁଷ୍ପଲତାଙ୍କ ଶ୍ବଶୁର ବାରଣ୍ଡାରେ ବସିଥିବା ବେଳେ ତାଙ୍କଠାରୁ ୧୪ଶହ ଟଙ୍କା ଛଡ଼ାଇ ନେଇଥିଲା। ଏନେଇ ପ୍ରତିବାଦ କରିବାରୁ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ସେ ବେହୋଶ ହୋଇ ପଡ଼ିଯିବା ପରେ ସେଠାରୁ ପଳାଇଥିଲା। ଏନେଇ ପୁଷ୍ପଲତା ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପାରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ପରେ ସିତୁଲ କୁଞ୍ଜପାଟଣାରୁ ପୁନାମାଗେଟ୍‌ ରାସ୍ତାରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିଥିଲା। ଗରାବଡ଼ୁ ଶ୍ମଶାନ ନିକଟ କ୍ଲବ ଘରକୁ ଯାଇ ସେଠାରେ ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆଜି ଅଭିଯୁକ୍ତକୁ ପୁଲିସ ପୁନାମା ଗେଟ ନିକଟରୁ କାବୁ କରିଥିଲା। ଅଭିଯୁକ୍ତ ଜଣକ ଅଭ୍ୟାସଗତ ଅପରାଧୀ ବୋଲି ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି। ତା’ ନାମରେ ପୂର୍ବରୁ ଲିଙ୍ଗରାଜ ଥାନାରେ ୫ଟି ଏବଂ ଏୟାରପୋର୍ଟ ଥାନାରେ ୪ଟି ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe