‘ଚତୁର୍ଥ ସ୍ତମ୍ଭର ଦାୟିତ୍ୱ ଅନ୍ୟ ତିନିଟି ସ୍ତମ୍ଭକୁ ସୁଧାରିବା’

Advertisment

ଜାତୀୟ ସାମ୍ୱାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୟଦେବ ଭବନ ପରିସରରେ ‘ଜାତୀୟ ପ୍ରେସ ଦିବସ-୨୦୨୪’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘ପରିବର୍ତ୍ତନଶୀଳ ଗଣମାଧ୍ୟମ’ ଶୀର୍ଷକ...

ଜାତୀୟ ସାମ୍ୱାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୟଦେବ ଭବନ ପରିସରରେ ‘ଜାତୀୟ ପ୍ରେସ ଦିବସ-୨୦୨୪’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘ପରିବର୍ତ୍ତନଶୀଳ ଗଣମାଧ୍ୟମ’ ଶୀର୍ଷକ...

fsfshfshfshfs

ଭୁବନେଶ୍ୱର: ଜାତୀୟ ସାମ୍ୱାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୟଦେବ ଭବନ ପରିସରରେ ‘ଜାତୀୟ ପ୍ରେସ ଦିବସ-୨୦୨୪’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘ପରିବର୍ତ୍ତନଶୀଳ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଚତୁର୍ଥ ସ୍ତମ୍ଭର ଦାୟିତ୍ୱ ହେଉଛି ଅନ୍ୟ ତିନିଟି ସ୍ତମ୍ଭର ସ୍ଥିତିକୁ ନିରୀକ୍ଷଣ କରିବା ଓ ସୁଧାରିବା ବୋଲି କହିଥିଲେ। ରାଜ୍ୟରେ ବିପତ୍ତି ସମୟରେ ସାମ୍ୱାଦିକମାନେ ଯେଉଁଭଳି ଚମତ୍କାର ପରିବେଷଣ କରୁଛନ୍ତି, ସ୍ୱାଭାବିକ ସ୍ଥିତି ସମୟରେ ସେହିଭଳି ସକ୍ରିୟ ରହିଲେ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବାକୁ କେହି ରୋକି ପାରିବେ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ‘ସମ୍ୱାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ସାମ୍ୱାଦିକତା ହେଉଛି ଏକ ଭିନ୍ନ ବୃତ୍ତି। ଯେଉଁମାନେ ଅଳ୍ପରେ ସନ୍ତୁଷ୍ଟ ହୋଇପାରନ୍ତି, ସେହିମାନେ ଏହି ବୃତ୍ତିରେ ଶ୍ରେଷ୍ଠ ହୁଅନ୍ତି। ସେ ଆହୁରି କହିଥିଲେ ଯେ ସଙ୍କଟ ମଧ୍ୟରେ ଗତି କରୁଥିବା ସମୟରେ ଆମକୁ ପ୍ରତ୍ୟେକ ଖବର ବିଷୟରେ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଦେବମୁନି ନାରଦଙ୍କ ପରି ଭୟାବହତାକୁ ନଡ଼ରି ସତ୍ୟ ଖବର ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ‘ୟୁଟି ମିରର୍‌’ ସମ୍ପାଦକ ସନ୍ତୋଷ ପାଣ୍ଡେ, ଓୟୁଜେର ସଭାପତି ପ୍ରସନ୍ନ କୁମାର ମହାନ୍ତି, ୟୁଜେଏର ସଭାପତି ବିଭୂତି ଭୂଷଣ କର, ଆଇଡବ୍ଲ୍ୟୁଜେର ସଭାପତି ଭାଗବତ ତ୍ରିପାଠୀ, ବରିଷ୍ଠ ସାମ୍ୱାଦିକ ସନ୍ଦୀପ ସାହୁ, ସନ୍ଦୀପ ମିଶ୍ର, ରମେଶ ଚନ୍ଦ୍ର ମହାନ୍ତି, ଗୁରୁ କଲ୍ୟାଣ ମହାପାତ୍ର, ରବି ରଥ, ସୁପ୍ରିୟା ପାଲିତ, ଅକ୍ଷୟ ସାହୁ ଓ ଅମିତ୍ କଲେଜର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର ପ୍ରମୁଖ ଯୋଗଦେଇ ଡିଜିଟାଲ ଗଣମାଧ୍ୟମରେ ଖବର ପରିବେଷଣ ଉପରେ ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ, ପ୍ରେସ କାଉନସିଲକୁ ଅଧିକ କ୍ଷମତା ପ୍ରଦାନ, ସାମ୍ୱାଦିକ ସୁରକ୍ଷା ଆଇନ ଆଦି ଉପରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜାତୀୟ ସାମ୍ୱାଦିକ କଲ୍ୟାଣ ବୋର୍ଡର ସଭାପତି ଶ୍ରୀରାମ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି। 

ଜାତୀୟ ସାମ୍ୱାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ‘ଜାତୀୟ ପ୍ରେସ ଦିବସ’

ସେହିପରି ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ କହିଥିଲେ, ଗଣମାଧ୍ୟମ ଏକ ଶକ୍ତି ଯାହା ଲୋକତନ୍ତ୍ରକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ସେବାର ଭାବନା ଓ ନିରପେକ୍ଷତା ହିଁ ସାମ୍ୱାଦିକତାକୁ ସମ୍ମାନଜନକ ବୃତ୍ତି ଭାବରେ ପ୍ରତିଷ୍ଠିତ କରାଏ ବୋଲି ସେ କହିଥିଲେ। ଏତଦ୍‌ବ୍ୟତୀତ ସେ ସଂଗଠନର ଅଧ୍ୟକ୍ଷ ଦୀପକ ମାଲବ୍ୟ ଉପସ୍ଥାପନା କରିଥିବା ପ୍ରମୁଖ ଦାବି, ଯେପରିକି ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ସାମ୍ୱାଦିକ ଭବନ, ସେଥିରେ ପାଠାଗାର ଓ ଭାଷା ଶିକ୍ଷଣକେନ୍ଦ୍ରର ସ୍ଥାପନ, ସ୍ୱୀକୃତିପ୍ରାପ୍ତ ଖବରକାଗଜ ପାଇଁ ବାର୍ତ୍ତା ପ୍ରଦାନ ଓ ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କ ପାଇଁ ପେନସନ ଲାଗୁ କରିବା ଭଲି ଦାବିଗୁଡ଼ିକ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ। 

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ ସାମ୍ୱାଦିକତା ଏକ କଷ୍ଟକର କାର୍ଯ୍ୟ ବୋଲି କହିଥିଲେ। ଯେଉଁମାନେ ଏହି କାର୍ଯ୍ୟକୁ ଭଲପାଇ ଆଗେଇ ଆସୁଛନ୍ତି, ସେମାନେ ଜଣେ ଜଣେ ତପସ୍ୱୀ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ, ସାମ୍ୱାଦିକ ହେଉଛନ୍ତି ସମାଜର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଓ ନେତୃତ୍ୱ। ସାମ୍ୱାଦିକମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ କଥା ଚିନ୍ତା କରିବା ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ ମିଶ୍ର ଯୋଗଦେଇ ସାମ୍ୱାଦିକ ବୋର୍ଡ ଗଠନ କରିବାର ଉଦ୍ଦେଶ୍ୟ ସମେତ ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଦୈନିକ ସମ୍ୱାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ନବୀନ ଦାସଙ୍କୁ ‘ଉତ୍କଳ ସାମ୍ୱାଦିକ ରତ୍ନ ସମ୍ମାନ-୨୦୨୪’ରେ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିସହିତ ବିଭିନ୍ନ ରାଜ୍ୟର ୭ଜଣ ବରିଷ୍ଠ ସାମ୍ୱାଦିକଙ୍କୁ ‘ରାଷ୍ଟ୍ରୀୟ ସାମ୍ୱାଦିକ ଗୌରବ ସମ୍ମାନ’ରେ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ୩୩ଜଣ ବରିଷ୍ଠ ସାମ୍ୱାଦିକଙ୍କୁ ପେନସନ ପ୍ରଦାନ ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା କ୍ଷେତ୍ରରେ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe