୧୫ ଲକ୍ଷକୁ ବୃଦ୍ଧି ହେବ ବିଏମ୍‌ସିର ଅବସର ଗ୍ରାଚ୍ୟୁଇଟି

Advertisment

ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଲା ବିଏମ୍‌ସି

ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଲା ବିଏମ୍‌ସି

ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର: ବିଏମ୍‌ସିରୁ ଅବସର ନେଉଥିବା‌ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ତଥା ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ୮ ଲକ୍ଷରୁ ୧୫ ଲକ୍ଷ(ସର୍ବାଧିକ)କୁ ବୃଦ୍ଧି ପାଇବାକୁ ଯାଉଛି। ଏହି ମର୍ମରେ ବିଏମ୍‌ସି ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି। ସରକାର ବିଏମ୍‌ସିର ଏହି ଚିଠିରେ ମୋହର ମାରିଲେ ଶହ ଶହ କର୍ମଚାରୀ ଉପକୃତ ହେବେ। କେବଳ ବିଏମ୍‌ସି ନୁହେଁ, ବରଂ ଏହି ସ୍ବୀକୃତିକୁ ଆଧାର କରି ଅନ୍ୟ ସମସ୍ତ ୟୁଏଲ୍‌ବିର କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବା ସମ୍ଭାବନା ରହିଛି।

ଅତିରିକ୍ତ କମିସନର ଲେଖିଥିବା ଚିଠିରେ ଦର୍ଶ‌ାଯାଇଛି କି, ବିଏମ୍‌ସି ସରକାରଙ୍କ ଦ୍ବାରା ପ୍ରଣୀତ ଆଇନ ଦ୍ବାରା ପରିଚାଳିତ ହେଉଛି। କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ଭଳି ଅନ୍ୟ ସମସ୍ତ ସୁବିଧା ଭୋଗ କରୁଛନ୍ତି। ସରକାରୀ ନିୟମ ମୁତାବକ, ସମସ୍ତ ପ୍ରକାର ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଅବସର ତଥା ମୃତ୍ୟୁକାଳୀନ ସୁବିଧା ପାଉ ନାହାନ୍ତି। ଅନ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏହାର ସର୍ବୋଚ୍ଚ ସୀମା ୧୫ ଲକ୍ଷ ଥିବା ବେଳେ ବିଏମ୍‌ସି କର୍ମଚାରୀଙ୍କ ପାଇଁ ଏହା ସର୍ବାଧିକ ୮ ଲକ୍ଷ ରହିଛି। ଯଦି ଅନ୍ୟାନ୍ୟ ସୁବିଧା ଓ ଦଣ୍ଡ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ବିଏମ୍‌ସି କର୍ମଚାରୀ ପାଇବେ ତେବେ ଏହି ଗ୍ରାଚ୍ୟୁଇଟି କାହିଁକି ନୁହେଁ ବୋଲି ଅନେକ ଥର ଭୁବନେଶ୍ବର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ବିଏମ୍‌ସି କମିସନରଙ୍କୁ ଭେଟି ଦାବି କରିଥିଲା। ତିନିଦିନ ତଳେ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଅତିରିକ୍ତ କମିସନର ବିନୟ କୁମାର ଦାସ ଆଲୋଚନା ମଧ୍ୟ କରିଥିଲେ। ଏହା ଏକ ନ୍ୟାଯ୍ୟ ଦାବି ହୋଇଥିବାରୁ ଏହାକୁ ବିଚାର କରିବାକୁ ବିଏମ୍‌ସି ଚିଠିରେ ଉଲ୍ଲେଖ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe