ଲୁଟେରା ଯୋଡ଼ିଙ୍କ ଉତ୍ପାତ, ଦୁଇ ମହିଳାଙ୍କ ଚେନ୍‌ ଝାମ୍ପି‌ନେଲେ

୫ ମାସରେ ୧୦ ଛିନ୍‌ତାଇ

ଝାମ୍ପି ନେଲେ ଚେନ୍‌, ସ୍କୁଟିରୁ ଖସି ୨ ଭଉଣୀ ଗୁରୁତର

Deccan Herald

ବାଲିଅନ୍ତା: ବାଲିପାଟଣା ଓ ବାଲିଅନ୍ତା ଥାନା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଲୁଟେରାଯୋଡ଼ିଙ୍କ ଉତ୍ପାତ ଥମିବା ନାଁ ଧରୁନାହିଁ। ଗତ ୫ ମାସ ଭିତରେ ଏହି ଦୁଇ ଥାନା ଅଞ୍ଚଳରେ ପାଖାପାଖି ୧୦ଟି ଛିନ୍‌ତାଇ ମାମଲା ଘଟାଇ ସାରିଥିବା ଏହି ଲୁଟେରାଯୋଡ଼ି ଆଜି ପୁଣି ୨ ଜଣ ମହିଳାଙ୍କୁ ଲୁଟି ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ମୁତାବକ ବାଳକାଟି ଫାଣ୍ଡି ଅଧୀନ ଏରକଣ୍ଟା ଗ୍ରାମର ଅଙ୍ଗନବାଡ଼ି କର୍ମୀ ପ୍ରତିଭା ନାୟକ (୫୦) ଆଜି ଗାଁ ଦାଣ୍ଡରେ ନାତୁଣୀକୁ ଖେଳାଉଥିଲେ। ଲୁଟେରାଦ୍ବୟ ଏକ ବାଇକ୍‌ରେ ଆସି ସେଠାରେ ଅଟକିଥିଲେ। ପ୍ରତିଭାଙ୍କ ଅନ୍ୟମନସ୍କତାର ସୁଯୋଗ ଦେଖି ଦୁର୍ବୃତ୍ତଦ୍ବୟ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ଚମ୍ପଟ ମାରିଥିଲେ।

ଏହାର ଦେଢ଼ ଘଣ୍ଟା ପରେ ଏହି ଫାଣ୍ଡି ଅଧୀନ ରୟତଶ୍ରୀରାମପୁର (ବେଁଗାଡ଼ିଆ) ଗ୍ରାମର ପ୍ରେମଲତା ସାହୁ ଲୁଟ୍‌ର ଶିକାର ହୋଇଥିଲେ। ବୃଦ୍ଧା ପ୍ରେମଲତା ନିକଟସ୍ଥ ଦୋକାନରୁ ସଉଦା ନେଇ ଘରକୁ ଆସୁଥିବା ବେଳେ ବାଇକ୍‌ରେ ଥିବା ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଦୁଇଟିଯାକ ଲୁଟ୍‌ ଘଟଣାରେ ସେହି ଲୁଟେରାଯୋଡ଼ିଙ୍କ ସଂପୃକ୍ତି ଥିବା ସ୍ପଷ୍ଟ ହୋଇଛି। ପ୍ରତିଭା ଓ ‌ପ୍ରେମଲତା ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ୍‌ରେ ଏହି ଦୁଇ ଦୁର୍ବୃତ୍ତଙ୍କ ଫଟୋ ରହିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଠାବ କରିପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe