ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ

ଭୁବନେଶ୍ୱର: ଶିଳ୍ପାୟନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‌ଏଥିସହିତ ଲୋକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଲେ ରାଜ୍ୟର ଶିଳ୍ପାୟନକୁ ବ୍ୟାପକ କରାଯାଇ ପାରିବ ବୋଲି ମେକ୍ ଇନ୍ ଓଡିଶା କନକ୍ଲେଭ୍‌ରେ ‘ଉଦ୍ୟୋଗରୁ ଉନ୍ନତି’ ପ୍ରସଙ୍ଗ ଉପରେ ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ସଂପାଦକମାନଙ୍କୁ ନେଇ ଆଜି ଆୟୋଜିତ ଏକ ଆଲୋଚନାଚକ୍ର ( ଏଡିଟର୍ସ ରାଉଣ୍ଡ ଟେବୁଲ)ରେ ମତ ପ୍ରକାଶ ପାଇଛି।
ଆଲୋଚନାଚକ୍ରରେ କନକ ଟିଭିର ସଂପାଦକ ମନୋରଞ୍ଜନ ମିଶ୍ର, ନ୍ୟୁଜ୧୮ ଓଡ଼ିଆର ସଂପାଦକ ନରେନ୍ଦ୍ର ଜେନା, ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ଓଡ଼ିଶା ଭାସ୍କରର ସଂପାଦକ ପ୍ରଦୋଷ ପଟ୍ଟନାୟକ, ସକାଳର ସଂପାଦକ ଡ ଉମାକାନ୍ତ ମିଶ୍ର, କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ।

ରାଜଧାନୀରେ ହେଉଥିବା କାର୍ଯ୍ୟକ୍ରର୍ମର ବାର୍ତ୍ତା ଓ ସୁଫଳ ସମାଜର ତଳସ୍ତରରେ ପହଞ୍ଚିବା ଆବଶ୍ୟକ । ସେହିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗ ମନୋଭାବ ସୃ୍ଷ୍ଟି କରିବା ପାଇଁ ପାଠ୍ୟକ୍ରମରେ ସରକାର ବ୍ୟବସ୍ଥା କରିବା ଉଚିତ ବୋଲି ବୋଲି ଏମାନେ କହିଥିଲେ। ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଆଲୋଚନା ଚକ୍ରରେ ବକ୍ତବ୍ୟ ରଖି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି କହିଥିଲେ। ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe