ମାଓ ଦମନରେ ବିଏସ୍‌ଏଫ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ

Advertisment

ବିଏସ୍‌ଏଫ୍‌ର ୫୭ତମ ପ୍ରତିଷ୍ଠା ଦିବସ ଆଜି

ବିଏସ୍‌ଏଫ୍‌ର ୫୭ତମ ପ୍ରତିଷ୍ଠା ଦିବସ ଆଜି

ମାଓ ଦମନରେ ବିଏସ୍‌ଏଫ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ

ଚନ୍ଦ୍ରଶେଖରପୁର: ଓଡ଼ିଶାରେ ମାଓ ଦମନ କ୍ଷେତ୍ରରେ ବିଏସ୍‌ଏଫ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟରେ ବିଏସ୍‌ଏଫ୍‌ ମୁତୟନ ହେବା ପରଠାରୁ, ଗତ ୧୧ବର୍ଷ ମଧ୍ୟରେ ରାଜ୍ୟ ପୁଲିସ ସହ ମିଳିତ ଅପରେସନ୍‌ରେ ମୋଟ ୭୯୦ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୬୩ ଦୁର୍ଦ୍ଧର୍ଷ ନକ୍ସଲଙ୍କୁ ହତ୍ୟା କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ମୋଟ ୬୨୯ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦଶନ୍ଧି ଧରି ବିଏସ୍‌ଏଫ୍‌ର ଲଗାତାର ପ୍ରୟାସ ଯୋଗୁଁ ମାଓ ଅଧ୍ୟୁଷିତ କୋରାପୁଟ ଓ ମାଲକାନଗିରିର ଚିତ୍ର ବଦଳି ପାରିଛି। ଫଳରେ ଏଠାରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ସହଜସାଧ୍ୟ ହୋଇଛି। ଆସନ୍ତାକାଲି (ବୁଧବାର) ବିଏସ୍‌ଏଫ୍‌ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସଏଫ୍ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଆଜି ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି।

ଗଜପତିନଗରସ୍ଥିତ ବିଏସ୍‌ଏଫ୍‌ର ମୁଖ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୁଡ଼ାକୋଟି କହିଥିଲେ ଯେ ରାଜ୍ୟରେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ୨୦୧୦ ମସିହାରେ ବିଏସ୍‌ଏଫ୍‌ ମୁତୟନ ହୋଇଥିଲା। ସେବେଠାରୁ ରାଜ୍ୟ ପୁଲିସର ମିଳିତ ସହଯୋଗରେ ବିଏସ୍‌ଏଫ୍‌ ନିରନ୍ତର ଭାବେ ମାଓଦମନ କ୍ଷେତ୍ର‌ରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି। ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ସହ ବହୁ ହାର୍ଡକୋର୍‌ ମାଓବାଦୀଙ୍କୁ ହତ୍ୟା କରାଯାଇଛି।

ସେ‌ହିପରି ଆତ୍ମସମର୍ପଣ କରିଥିବା ବହୁ ମାଓବାଦୀଙ୍କୁ ସମାଜର ମୁଖ୍ୟ‌ସ୍ରୋତରେ ସାମିଲ କରାଇବାରେ ମଧ୍ୟ ବିଏସ୍‌ଏଫ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ସାମ୍ବାଦିକ ସମ୍ମିଳନୀ‌ରେ ଡିଆଇଜି ବିପୁଲବୀର୍‌ ଗୋସାଇଁ, ଡିଆଇଜି ଧୀରେନ୍‌ କୁମାର, ଟୁ ଆଇସି ସଞ୍ଜୟ ସିଂ ରାଠୋର, ଟୁ ଆଇସି ଈଶ୍ୱର ଚନ୍ଦ୍ର କୁମାର, ଡେପୁଟି କମାଣ୍ଡାଣ୍ଟ ଅମଲ କୁମାର, କମଲ କୁମାର ଦାସ, ବି. ଏନ୍ ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe