କଟକଣାରେ ହେବ ରୁକୁଣା ରଥଯାତ୍ରା, ସରକାରଙ୍କ ଅନୁମତିକୁ ଅପେକ୍ଷା

Advertisment

ପାଳିଆ ସେବାୟତ, ପୁଲିସ ଉପସ୍ଥିତିରେ ଗଡ଼ିବ, କରୋନା ଯୋଗୁଁ ସାଧାରଣ ଲୋକଙ୍କୁ ବ‌ାରଣ

ପାଳିଆ ସେବାୟତ, ପୁଲିସ ଉପସ୍ଥିତିରେ ଗଡ଼ିବ, କରୋନା ଯୋଗୁଁ ସାଧାରଣ ଲୋକଙ୍କୁ ବ‌ାରଣ

କଟକଣାରେ ହେବ ରୁକୁଣା ରଥଯାତ୍ରା, ସରକାରଙ୍କ ଅନୁମତିକୁ ଅପେକ୍ଷା

ପୁରୁଣା ଭୁବନେଶ୍ୱର: ଆସନ୍ତା ୨୦ତାରିଖରେ ପବିତ୍ର ଅଶୋକାଷ୍ଟମୀ ତଥା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ତେବେ କରୋନା ସଂକ୍ରମଣ ବଢ଼ୁଥିବାରୁ କୋଭିଡ୍‌ କଟକଣାରେ ଚଳିତବର୍ଷ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ଚାଲିଛି। ଏ ନେଇ ବିଡିଏ କାର୍ଯ୍ୟାଳୟରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି। ଏହି ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଯିବ ଏବଂ ସରକାର ଅନୁମତି ଦେଲେ ଚଳିତବର୍ଷ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ।

ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସୂଚନା ଅନୁଯାୟୀ ଏଥର କଟକଣାରେ ରଥ ଗଡ଼ିବ। ରଥ ଗଡ଼ିବା ପୂର୍ବରୁ ସାନିଟାଇଜ୍‌ କରାଯିବ। ରଥ ଉପରେ ୧୫ରୁ ୨୦ଜଣ ସେବାୟତ ରହିବେ। ରଥକୁ କେବଳ ସେବାୟତ ଓ ପୁଲିସ ଟାଣିବେ। ଏଥିରେ ସାମିଲ ସେବାୟତ ଓ ପୁଲିସଙ୍କର ଯାତ୍ରା ପୂର୍ବରୁ ଆର୍‌ଟି-ପିସିଆର୍‌ ଟେ‌ଷ୍ଟ୍‌ କରାଯିବ। ଯେଉଁମାନଙ୍କ ନେଗେଟିଭ୍‌ ବାହାରିବ ସେମାନେ ସାମିଲ ହେବେ। ରଥ ଟାଣିବାକୁ ୧୦୦ଜଣ ପୁଲିସ ରହିବେ। ତେବେ ସବୁ ସେବାୟତ, ମନ୍ଦିର କର୍ମଚାରୀ ଓ ପୁଲିସ ସାମଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ। କୌଣସି ଭକ୍ତ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ହୋଇଛି ବୋଲି କୁହାଯାଇଛି।

ଏହି ବୈଠକରେ ବିଭିନ୍ନ ନିଯୋଗର ସେବାୟତ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ। ସେପଟେ ଲିଙ୍ଗରାଜ ମନ୍ଦିର ନିକଟରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଚକ ଓ ଅଖ ନିର୍ମାଣ କାର୍ଯ୍ୟ ମୁଖ୍ୟତଃ ଶେଷ ହୋଇଯାଇଛି। ପ୍ରକାଶ ଥାଉକି, ଗତ ବର୍ଷ ରୁକୁଣା ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ରଥ ନିର୍ମାଣ ହୋଇଥିଲା। ମାତ୍ର ଯାତ୍ରାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ନେତ୍ର ଉତ୍ସବ ଦିନ ହଠାତ୍ କୋଭିଡ୍‌ କଟକଣା ଲାଗୁ ହେବାରୁ ସବୁ ବାତିଲ ହୋଇ ବର୍ଷ ବର୍ଷର ପରମ୍ପରାରେ ଡୋରି ବାନ୍ଧି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe