କାକରୁଦ୍ରପୁର ପଞ୍ଚାୟତରେ ଉତ୍କଟ ଜଳ ସଂକଟ, ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

Advertisment

ଗରା, ବାଲ୍‌ତି ଥୋଇ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

ଗରା, ବାଲ୍‌ତି ଥୋଇ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

କାକରୁଦ୍ରପୁର ପଞ୍ଚାୟତରେ ଉତ୍କଟ ଜଳ ସଂକଟ, ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ବାଲିଅନ୍ତା: ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥାକୁ ନେଇ କାକରୁଦ୍ରପୁର ପଞ୍ଚାୟତବାସୀଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି। ଏହାକୁ ନେଇ ପଞ୍ଚାୟତବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରପଞ୍ଚ ରମେଶ ଚନ୍ଦ୍ର ପାଳଙ୍କୁ କୈଫିୟତ ମାଗିଥି‌ଲେ।

ଆଜି ପୂର୍ବାହ୍ନରେ ଏହି ପଞ୍ଚାୟତ ଅଧୀନରେ ଥିବା ଜେନାସାହି, ଭୋଇସାହି, ହୋତା ସାହି, ଶଠିଲୋ ଭୋଇ ସାହି, ଜଗନ୍ନାଥପୁର ଆଦି ଗ୍ରାମର ବହୁ ମହିଳା ଏବଂ ପୁରୁଷମାନେ ପ୍ଲାକାର୍ଡ ଧରି ଗୋପବ୍ରାଞ୍ଚ କେନାଲ ବ୍ରିଜ୍‌ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ହାତରେ ଗରା, ବାଲତି, ହାଣ୍ଡି, ମାଠିଆ ଓ କୁଣ୍ଡ ଧରି ସରପଞ୍ଚ, ଗ୍ରାମ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ପାଣି ମାଗିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ସଂପ୍ରତି କରୋନା ମହାମାରୀ ପାଇଁ ସରକାର ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଲାଗୁ କରିଥିବା ବେଳେ ପାଣି ପାଇଁ ଗ୍ରାମବାସୀଙ୍କୁ ବାରଦୁଆର ହେବାକୁ ପଡ଼ୁଛି।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ପଞ୍ଚାୟତବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଦୀର୍ଘ ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତ୍ୟକ୍ତ ଲୋକ ସରପଞ୍ଚ ଶ୍ରୀ ପାଳଙ୍କୁ ତାଙ୍କ ପ୍ରକୋଷ୍ଠରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘେରି ରହିବା ସହ ଏ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ସରପଞ୍ଚ ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe