ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ମାମଲା: ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌

Advertisment

ଓକିଲଙ୍କୁ ଜାମିନ ମିଳିଲା, ବିଜେପି ନେତା ସାରଦା ଓ ଉପାସନାଙ୍କୁ ଖୋଜିବା ପାଇଁ ଚଢ଼ଉ ଜାରି

ଓକିଲଙ୍କୁ ଜାମିନ ମିଳିଲା, ବିଜେପି ନେତା ସାରଦା ଓ ଉପାସନାଙ୍କୁ ଖୋଜିବା ପାଇଁ ଚଢ଼ଉ ଜାରି

ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ମାମଲା: ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌

Sambad English

ଭୁବନେଶ୍ବର: ନୂଆପଲ୍ଲୀରେ ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ମାମଲାରେ ଫେରାର୍‌ ଥିବା ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଅଭିଯୁକ୍ତ ବିଜେପି ନେତା ସାରଦା ପ୍ରଧାନଙ୍କୁ ଧରିବା ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ଆଜି ଭୁବନେଶ୍ବର ବାହାରେ ଦୁଇଟି ଜାଗାରେ ଚଢ଼ଉ କରିଥିବାବେଳେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଓ ଜ୍ବାଇଁ ଶୁଭ୍ରାଂଶୁଙ୍କୁ ଧରିବା ପାଇଁ ମଧ୍ୟ ବ୍ରହ୍ମଗିରି ଓ ଅନୁଗୁଳ ସମେତ ବିଭିନ୍ନ ଜାଗାରେ ଚଢ଼ଉ ହୋଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମାତ୍ର ପୁଲିସକୁ ଏଯାଏ ସଫଳତା ମିଳିନାହିଁ।

ଅନ୍ୟପକ୍ଷରେ ଏହି ମାମଲାରେ ଅଭିଯୁକ୍ତ ଓକିଲ ମନୋରଞ୍ଜନ ମିଶ୍ର ଓ ମନୋଜ ବିଶ୍ବାଳଙ୍କୁ ଜାମିନ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଜାମିନ୍‌‌ ମିଳିଯିବାରୁ ସେମାନେ ଜେଲ୍‌ ହାଜତକୁ ଯିବା ପୂର୍ବରୁ ଘରକୁ ଫେରିଛନ୍ତି। ଉଭୟଙ୍କ ଏହି ଜାମିନ୍‌ ଏବେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଜାମିନରେ ମୁକୁଳିବା ବାଟ ଖୋଲିଛି। ‌ଅଭିଯୋଗପତ୍ରରେ ଥିବା‌ ସମସ୍ତ ଫେରାର ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ଏଫ୍‌ଆଇଆର କପି ଧରି ହାଇକୋର୍ଟରେ ପହଞ୍ଚିଛନ୍ତି। ସେମାନେ ହେଉଛନ୍ତି ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ବାଇଁ ଶୁଭ୍ରାଂଶୁ ବିଶ୍ବାଳ, ସନ୍ତୋଷ ରାଜୁ, ଜୋପୁ ପଣ୍ଡିତ, ବାବୁ ଅରବିନ୍ଦ, ବିଜେପି ନେତା ସାରଦା ପ୍ରଧାନ ଓ ଚିଟ୍‌ଫଣ୍ଡ ଠକେଇରେ ସାମିଲ ଥିବା ସାଗର ରାୟ ଓ ଅନ୍ୟ ୧୦ରୁ ଊର୍ଦ୍ଧ୍ବ ସହଯୋଗୀ। କେତେକ ଭଙ୍ଗାରୁଜାରେ ସାମିଲ ନ ହେଲେ ମଧ୍ୟ ସେଠାରେ ଉପସ୍ଥିତ ଥିବାରୁ ଭୟରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ପହଞ୍ଚିଛନ୍ତି।

ଅନ୍ୟପଟେ ମାମଲାର ଆପୋସ ସମାଧାନ କରିବା ପାଇଁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି। ଭଡ଼ାଘରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଅଭିଯୋଗକାରୀ ତଥା ଭଡ଼ାଟିଆଙ୍କ ପାଖରେ ଲିଖିତ ସ୍ବୀକୃତି ନଥିବାରୁ ଏ ନେଇ ଆଗକୁ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରି ଏଭଳି ଯୋଜନା ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe