ମିସ୍ ଆଣ୍ଡ ମିସେସ୍ ହିନ୍ଦୁସ୍ତାନୀ ପ୍ରତିଯୋଗିତା: ଦ୍ବିତୀୟ ରନର୍ସଅପ୍ ହେଲେ ଦିବ୍ୟାଂଶୀ ଦେବଦର୍ଶୀ

Advertisment
ମିସ୍ ଆଣ୍ଡ ମିସେସ୍ ହିନ୍ଦୁସ୍ତାନୀ ପ୍ରତିଯୋଗିତା: ଦ୍ବିତୀୟ ରନର୍ସଅପ୍ ହେଲେ ଦିବ୍ୟାଂଶୀ ଦେବଦର୍ଶୀ

ଭୁବନେଶ୍ବର: ମୁମ୍ବାଇ ଗ୍ଲୋବାଲ ପକ୍ଷରୁ ମୁମ୍ବାଇସ୍ଥିତ କ୍ଲବ୍ ମୁମ୍ବାଇରେ ମିସ୍ ଆଣ୍ଡ ମିସେସ୍ ହିନ୍ଦୁସ୍ତାନୀ ଓ ହିନ୍ଦୁସ୍ତାନ ରତ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁରର ଝିଅ ଦିବ୍ୟାଂଶୀ ଦେବଦର୍ଶୀ ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି। ମେ ୭ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ଦେଶରୁ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଦିବ୍ୟାଂଶୀ ମିସ୍‌ ଟାଲେଣ୍ଟଡ୍‌ କ୍ରାଉନ୍ ହାସଲ କରିବା ସହ ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି।

ସେ ଏକମାତ୍ର ଓଡ଼ିଆ ଝିଅ ଭାବେ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିବା ଦିବ୍ୟାଂଶୀ ମଡେଲିଂ କରିବା ସହ ବିଭିନ୍ନ ଫ୍ୟାସନ ସୋ’ରେ ଯୋଗ ଦେଇଛନ୍ତି। ସେ ବ୍ରହ୍ମପୁରର ସ୍ବାଗତିକା ଦାସ ଏବଂ ହିମାଂଶୁ ଶେଖର ମହାନ୍ତିଙ୍କ ଝିଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe