ଦୋକାନ ତାଲାଭାଙ୍ଗି ନେଇଗଲେ ୪ ଲକ୍ଷ ଟଙ୍କାର ମୋବାଇଲ ଫୋନ

ମହିଳାଙ୍କ ସ୍କୁଟିରୁ ଲୁଟିଲା ନିଶାଡ଼ି, ନାଟକୀୟ ଢଙ୍ଗରେ ଛୁ’ ମାରିଲା

The Kathmandu Post

ବାଲିଅନ୍ତା: ଲକ୍‌ଡାଉନ୍‌ର ସୁଯୋଗରେ ବାଳକାଟି ଭାର୍ଗବୀ ବ୍ରିଜ ନିକଟରେ ଥିବା ଜେଏମ୍‌ କମ୍ୟୁନିକେସନ ନାମକ ଏକ ମୋବାଇଲ ଫୋନ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ ଲୁଟି ନେଇଛନ୍ତି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଦୋକାନ କବାଟ ତାଲା ଭାଙ୍ଗି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ପାଖାପାଖି ୪ ଲକ୍ଷ ଟଙ୍କାର ନୂଆ ମୋବାଇଲ ଫୋନ ନେଇ ଯାଇଥିବା ଦୋକାନ ମାଲିକ ମୋହନ ଆଚାର୍ଯ୍ୟ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ବାଳକାଟି ଫାଣ୍ଡି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ସ୍ଥାନୀୟ ୧୮ ଘରିଆ ସାହିର ମୋହନଙ୍କର ଭାର୍ଗବୀ ବ୍ରିଜ ନିକଟରେ ଥିବା ଦୋକାନରେ ନୂଆ ମୋବାଇଲ ଫୋନ ବିକ୍ରି କରିବା ସହ ପୁରୁଣା ମୋବାଇଲ ଫୋନ ମରାମତି କରନ୍ତି। ଗତକାଲି ଦିନ ୧ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ। ହେଲେ ଦୁର୍ବୃତ୍ତମାନେ ରାତି ପ୍ରାୟ ୧୧ଟା ସମୟରେ ଦୋକାନ ତାଲାଭାଙ୍ଗି ସବୁ ନୂଆ ଓ ପୁରୁଣା ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଲୁଟି ନେଇଥିଲେ। ଏହା ସହ କ୍ୟାସ ଡ୍ର ତାଲାଭାଙ୍ଗି କିଛି ଟଙ୍କା ମଧ୍ୟ ନେଇଯାଇଥିଲେ। ଆଜି ସକାଳେ ମୋହନ ଦୋକାନ ଖୋଲିବାକୁ ଆସିବା ବେଳେ ଦୋକାନରୁ ଲୁଟ ହୋଇଯାଇଥିବା ଦେଖି ପୁଲିସକୁ ଫୋନ କରି ଜଣାଇଥିଲେ। ଫାଣ୍ଡି ଅଧିକାରୀ ନିକଟରେ ଲାଗିଥିବା ମାଛ ଗୋଦମର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ଦୁଇଜଣ ଲୁଟେରା ଲୁଟପାଟ କରୁଥିବା ବେଳର ଦୃଶ୍ୟ ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe