କୁଆଡ଼େ ଗଲା ‘ଦାଦାବଟିକୁ ନା’ ଅଭିଯାନ? ଦୋକାନୀଙ୍କ ମୁଣ୍ଡ ଫଟାଇ ଟଙ୍କା ଲୁଟିନେଲେ, ୪ ଅଟକ

Advertisment

ସପ୍ତାହକରେ ୩ ମାମଲା

ସପ୍ତାହକରେ ୩ ମାମଲା

ଜମିବିବାଦକୁ ନେଇ ସଂପର୍କୀୟ ଭାଇଙ୍କ ମରଣାନ୍ତକ ଆକ୍ରମଣ: ୩ ଗୁରୁତର, ୩ ଅଭିଯୁକ୍ତ ଗିରଫ

Bangalore Mirror

ଭୁବନେଶ୍ବର: ଦାଦାବଟିକୁ ନା’। ଗତବର୍ଷ ପାର୍ବଣ ଋତୁ ଆରମ୍ଭରେ କମିସନରେଟ୍ ପୁଲିସର ପୂର୍ବତନ ସିପି ସୁଧାଂଶୁ ଷଡ଼ଙ୍ଗୀ ଦ୍ବୈତନଗରୀକୁ ଦାଦାବଟିମୁକ୍ତ କରିବା ପାଇଁ ଏଭଳି ଏକ ଯୋଜନା କରିଥିଲେ। ହେଲେ ବର୍ଷେ ନ ପୂରୁଣୁ ତାହା ବନ୍ଦ ହୋଇଗଲା ଭଳି ଅନୁଭୂତ ହେଉଛି। କମିସନରେଟ୍‌ ପୁଲିସର ମୁଖିଆ ବଦଳିବା ପରେ ଏହି ଯୋଜନା ବି ଉଭାନ୍‌ ହୋଇଯାଇଛି। ରାଜମହଲ ଛକ, ସାଲିଆସାହି ମୁଣ୍ଡାବସ୍ତି ଆଉ ଏବେ କଳିଙ୍ଗଷ୍ଟୁଡିଓ ଛକ; ଗତ ସପ୍ତାହେ ମଧ୍ୟରେ ରାଜଧାନୀର ଏହି ୩ଟି ପ୍ରମୁଖ ଅଞ୍ଚଳ‌ରେ ତଥାକଥିତ ଦାଦାମାନଙ୍କ ଆତଙ୍କ ଦେଖିବାକୁ ମିଳିଛି। କେଉଁଠି ଦଶହରା ପାଇଁ ଉଠାଦୋକାନୀଙ୍କୁ ଜୋରଜବରଦସ୍ତି ଚାନ୍ଦା ମଗାଯାଉଛି ତ ଆଉ କେଉଁଠି ଇଲାକାରେ ବ୍ୟବସାୟ ଅନୁମତି ନାଁରେ ଜୋରଜବରଦସ୍ତି ବଟି ଆଦାୟ ହେଉଛି।

ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୭ଟାରେ କଳିଙ୍ଗ ଷ୍ଟୁଡିଓ ଛକରେ ଜ୍ଞାନରଂଜନ ସ୍ବାଇଁ ବ୍ୟବସାୟ କରିବାକୁ କଦଳୀ ବୋଝେଇ ଟ୍ରକ୍‌ରୁ କଦଳୀ ଆଣି ଦୋକାନରେ ରଖୁଥିଲେ। ଏହି ସମୟରେ ୪ଜଣ ଯୁବକ ତାଙ୍କ ପାଖକୁ ଆସି ଗୋଟେ କାନ୍ଧି କଦଳୀ ଦେବାକୁ କହିଥିଲେ। ସେ କଦଳୀ ଦେଇ ଟଙ୍କା ମାଗିବାରୁ ଦୁର୍ବୃତ୍ତମାନେ ରୋକ୍‌ଠୋକ୍‌ ମନା କରିଦେଇଥିଲେ। କଦଳୀ କାନ୍ଧି ଦଶହରା ଚାନ୍ଦା ବୋଲି କହିଥିଲେ। ତେବେ ଟଙ୍କା ନ ଦେଲେ କଦଳୀ ଦେବିନି ବୋଲି ଜ୍ଞାନ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ସେତିକିରେ ଦୁର୍ବୃତ୍ତଙ୍କ ମନ ଶାନ୍ତି ହେଲାନି ଯେ ତାଙ୍କ ଫଳ ଦୋକାନ ଭଙ୍ଗାରୁଜା କରିବା ସହିତ ତାଙ୍କ ପକେଟ୍‌ରେ ଥିବା ପ୍ରାୟ ୧୪ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ଥାନାରେ ଅଭିଯୋଗ କଲେ ତାଙ୍କୁ ହତ୍ୟା କରିବା ସହ ଛକରେ ତାଙ୍କ ବେପାର ସବୁଦିନ ପାଇଁ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ। ଏ ସଂପର୍କରେ ଆଜି ଜ୍ଞାନ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଭରତପୁର ପୁଲିସ ୪ ଦୁର୍ବୃତ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe