ଭୁବନେଶ୍ବର: ପୁସ୍ତକ କହିବ ଓଡ଼ିଶାର ବହୁ ଜନ ଆନ୍ଦୋଳନର ଗାଥା। ହୀରାକୁଦଠାରୁ ଆରମ୍ଭ କରି ପୋସ୍କୋ ଜନଆନ୍ଦୋଳନର ବିସ୍ଥାପନର କାହାଣୀ, ଇତିହାସ, ସଂଘର୍ଷ ଓ ସମାଧାନର କଥା। ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ, ଗନ୍ଧମାର୍ଦ୍ଦନ, ଗୋପାଳପୁର କିସ୍କୋ, ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ, କାଶୀପୁର ବକ୍ସାଇଟ୍ ଖଣି ଆନ୍ଦେଳନ, ନିୟମଗିରି ଓ ପୋସ୍କୋ ଆନ୍ଦେଳନ ଆଦି ଓଡ଼ିଶାର ବହୁଚର୍ଚ୍ଚିତ ୧୦ ଜନଆନ୍ଦୋଳନର ଏକ ସବିଶେଷ ତଥ୍ୟ ସମ୍ବଳିତ ପୁସ୍ତକ ‘ଗାଁ ଛାଡ଼ିବୁ ନାହିଁ’ ଆଜି ଲୋହିଆ ଏକାଡେମିଠାରେ ଲୋକାର୍ପିତ ହୋଇଯାଇଛି। ପୁସ୍ତକଟି ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀ ଲେଖିଥିବା ବେଳେ ଭୁବନେଶ୍ବରସ୍ଥିତ ମାନବ ବିଜ୍ଞାନ କେନ୍ଦ୍ର ଏହାର ପ୍ରକାଶନ ଭାର ସମ୍ଭାଳିଛି। ଆଜି ଲୋହିଆ ଏକାଡେମିଠାରେ ‘ଅନ୍ବେଷା’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପୁସ୍ତକର ଉନ୍ମୋଚନ ଉତ୍ସବରେ ସମୀକ୍ଷକ ଭାବେ ପ୍ରଫେସର ବୀରେନ୍ଦ୍ର ନାୟକ, ଗାନ୍ଧୀବାଦୀ ନେତା ଶୈଳଜ ରବି, ଲେଖକ ଶ୍ରୀମନ୍ତ ମହାନ୍ତି ଓ କବି ସୁଜାତା ସାହାଣୀ ପ୍ରମୁଖ ଉପସ୍ଥିତ ରହି ପୁସ୍ତକର ସମୀକ୍ଷା କରିଥିଲେ। ବିଶିଷ୍ଟ କୃଷକ ନେତା ଲିଙ୍ଗରାଜ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ସମ୍ପାଦକ ସରୋଜ ଧନ୍ୟବାଦ ଅର୍ପଣ କରିଥିଲେ।
ପୁସ୍ତକରେ ୧୦ ଜନଆନ୍ଦୋଳନ କାହାଣୀ ଲୋକାର୍ପିତ ହେଲା ‘ଗାଁ ଛାଡ଼ିବୁ ନାହିଁ’
Advertisment
Follow Us