ଓଏସ୍‌ଏସ୍‌ସି‌ ଦୁର୍ନୀତି ବିରୋଧରେ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ

ପୁଲିସ-ବିକ୍ଷୋଭକାରୀ ଧସ୍ତାଧସ୍ତି

ଓଏସ୍‌ଏସ୍‌ସି‌ ଦୁର୍ନୀତି ବିରୋଧରେ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍‌ ସିଲେକସନ୍ କମିସନ(ଓଏସ୍‌ଏସ୍‌ସି)ରେ ହୋଇଥିବା ଚାକିରି ଦୁର୍ନୀତି ବିରୋଧରେ ଆଜି ବିଧାନସଭା ସମ୍ମୁଖରେ ଗର୍ଜିଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟା‌ସିର ନୱାଜ୍ ଓ ଏନ୍‌ଏସ୍‌ୟୁଆଇର ଜାତୀୟ ସଂପାଦକ ଅନୁଲେଖା ବୁଷାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ବିକ୍ଷୋଭ ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇ ବହୁ ଛାତ୍ରନେତା ଗିରଫ ହୋଇଥିବା ଜଣାପଡ଼ିଛି।

ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରୁ ଛାତ୍ର କଂଗ୍ରେସର ଏକ ବିଶାଳ ଶୋଭାଯାତ୍ରା ବିଧାନସଭା ଅଭିମୁଖେ ବାହାରିଥିଲା। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର କେବଳ କିରାଣିକୁ ଗିରଫ କରି ନିଜ ଦାୟିତ୍ବ ସାରିଦେଲେ ଚଳିବ ନାହିଁ। ତେଣୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବି କରିବା ସହିତ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦର୍ଶା‌ଇ ଛାତ୍ର କଂଗ୍ରେସର ନେତାମାନେ ବିଧାନସଭା ଆଡ଼କୁ ମାଡ଼ି ଚାଲିଥିଲେ। ଏହି ସମୟରେ ଛାତ୍ରମାନେ ବ୍ୟାରିକେଡ୍‌ ଡେଇଁ ଆଗକୁ ବଢ଼ୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ୍ କିଛି ସମୟ ପାଇଁ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଉତ୍ତ୍ୟକ୍ତ ଛାତ୍ରଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରିବା ସହ କେତେକଙ୍କୁ ଗିରଫ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe