ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ବିମାନବନ୍ଦରରୁ ବିରୋଧ କରିବ ଛାତ୍ର କଂଗ୍ରେସ

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ବିମାନବନ୍ଦରରୁ ବିରୋଧ କରିବ ଛାତ୍ର କଂଗ୍ରେସ

ବାଲିପାଟଣା: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟଙ୍କ ନେତୃତ୍ୱରେ ବାଲିପାଟଣା ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକଚାଟିଆ ଶାସନ ବିରୋଧରେ ବର୍ଷିଥିଲେ। ସେହିପରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟ‌ସିର ନୱାଜ ତାଙ୍କ ବକ୍ତବ୍ୟରେ କେନ୍ଦ୍ରରେ ହିଟଲର ଶାସନ ଚାଲିଛି ବୋଲି କହିଥିଲେ।

ଖୁବ ଶୀଘ୍ର ଦରଦାମ ବୃଦ୍ଧି ନିୟନ୍ତ୍ରଣ ନହେଲେ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀମାନଙ୍କୁ ଓଡ଼ିଶାରେ ପୂରାଇ ଦିଆଯିବ ନାହିଁ। ଭୁବନେଶ୍ୱର ବିମାନବନ୍ଦରରୁ ଛାତ୍ର କଂଗ୍ରେସ ବିରୋଧ କରିବ ବୋଲି ଶ୍ରୀ ନୱାଜ କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ଭୋଇ, ଭରତ ଚନ୍ଦ୍ର ବେହେରା, ଅଶୋକ ସାହୁ, କେଦାର ପଲେଇ, କେଦାର ରାଉତ, ସନ୍ଦୀପ ରାଉତରାୟ, ଅଭିମନ୍ୟୁ ସ୍ୱାଇଁ, ଗୋବିନ୍ଦ ସ୍ୱାଇଁ, ଅଜିତ ପ୍ରଧାନ, ମଣ୍ଟୁ ସାହୁ, ବାଟୁ ଭୋଇ, ରତ୍ନା ମଞ୍ଜରୀ ସାହୁ ପ୍ରମ୍ମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe