ପ୍ରେମର କରୁଣ ପରିଣତି, ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

Advertisment

ଏକମାତ୍ର ପୁଅକୁ ହରାଇ ବାପା ମା’ ମର୍ମାହତ

ଏକମାତ୍ର ପୁଅକୁ ହରାଇ ବାପା ମା’ ମର୍ମାହତ

କାଲିମେଳା : ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

Hindustan Times

ବାଲିପାଟଣା: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆଜି ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଭଲ ପାଉଥିବା ଯୁବତୀଙ୍କୁ ବିବାହ ନ କରିବା କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ, ଗୁଆପୁର ପଞ୍ଚାୟତ ପୁବାଗଡ଼ ଗ୍ରାମର ଚୈତନ୍ୟ ମଲ୍ଲିକଙ୍କ ପୁଅ ରାକେଶ ଓରଫ ଚିକୁନ(୨୫)। ଯୁବକଜଣଙ୍କ ବାପା ମା’ଙ୍କର ଏକ ମାତ୍ର ପୁଅ ଥିଲେ। ତେଣୁ ଚିକୁନ୍‌ଙ୍କ ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ରାକେଶ ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲେ। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟ ଥିଲା। ମାତ୍ର ଯୁବତୀଙ୍କ ପରିବାର ଲୋକ ଦୁହିଁକ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଯୁବତୀଙ୍କ ପରିବାର ତରଫରୁ ବିବାହ ପ୍ରସ୍ତାବକୁ ଖଣ୍ତନ କରାଯିବା ପରେ ଚିକୁନ ମାନସିକସ୍ତରରେ ଭାଙ୍ଗିପଡ଼ିଥିଲେ। ଅପରପକ୍ଷେ ରାକେଶଙ୍କ ପରିବାର ତାଙ୍କ ପାଇଁ ଅନ୍ୟତ୍ର ବିବାହ ପ୍ରସ୍ତାବ ଖୋଜୁଥିଲେ। ରାକେଶ କିନ୍ତୁ ଏଥିରେ ରାଜି ନଥିଲେ। ଅବସାଦଗ୍ରସ୍ତ ରାକେଶ ଆଜି ଦିନ ପାଖାପାଖି ୧୧ଟା ସମୟରେ ଭିତରୁ କବାଟ ବନ୍ଦ କରି ନିଜ ରୁମ୍‌ରେ ରହିଥଲେ। ବହୁ ସମୟ ଧରି କବାଟ ନ ଖୋଲିବାରୁ ଘର ଲୋକ ସନ୍ଦେହ କରି କବାଟ ବାଡ଼େଇଥିଲେ। କିନ୍ତୁ ରାକେଶ କବାଟ ନଖୋଲିବାରୁ ଘରଲୋକଙ୍କ ସନ୍ଦେହ ବଢ଼ିଥିଲା। ପାଖ ପଡ଼ୋଶୀଙ୍କ ସହଯୋଗରେ କବାଟ ଭାଙ୍ଗି ଘର ଖୋଲିବା ପରେ ରାକେଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏନେଇ ତୁରନ୍ତ ବାଲିପାଟଣାକୁ ଥାନାକୁ ଖବର ଦିଆଯାଇଥିଲା। ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ଏନେଇ ବାଲିପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସତ୍ୟନଗର ମଶାଣିରେ ଚିକୁନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe