ଅପରାହ୍ନ ୪ଟା ସୁଦ୍ଧ‌ା ଚାପକୁ ଯିବେ ଠାକୁର: ବିଏମ୍‌ସିକୁ ଅନୁମତି ମାଗିବ ମନ୍ଦିର ପ୍ରଶାସନ

Advertisment
ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସିଦ୍ଧ ଯାତ୍ରା କରୋନା କଟକଣା ଭିତରେ ହିଁ ପାଳନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏଥିପାଇଁ ବିଏମ୍‌ସିକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମଗାଯିବ। ଅପରାହ୍ନ ୪ଟା ସୁଦ୍ଧା ଠାକୁର ଚାପକୁ ଯିବେ ଓ ସନ୍ଧ୍ୟା ୭ଟା ସୁଦ୍ଧା ମନ୍ଦିରକୁ ଫେରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଜି ସେବାୟତଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଚନ୍ଦନଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମତଃ ଏହି ଯାତ୍ରା ପାଇଁ ବିଏମ୍‌ସି ନିକଟରୁ ଅନୁମତି ଅଣାଯିବ। କରୋନା କଟକଣାରେ ଏହି ଯାତ୍ରା ଅନୁଷ୍ଠିତ ହେବ।

ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ମୁଖ୍ୟଙ୍କୁ ଡାକି ଏନେଇ ଆଲୋଚନା କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ମନ୍ଦିରରେ ଧୂପ ନୀତି ଶେଷ କରାଯିବ। ଅପରାହ୍ନ ୪ଟା ସୁଦ୍ଧା ଠାକୁର ଚାପ ଡଙ୍ଗାକୁ ଯିବେ। ସେଠାରେ ଠାକୁର ଚାପ ଖେଳିବା ସହ ଚନ୍ଦନ ପାଣିରେ ବୁଡ଼ିବା ପରେ ମନ୍ଦିରକୁ ବାହୁଡ଼ିବେ। ବାଟରେ ବିଭିନ୍ନ ନିଯୋଗ ପକ୍ଷରୁ ଭୋଗ ଲାଗି କରାଯିବ ଓ ଭୋଗ ଖାଇ ଠାକୁର ସନ୍ଧ୍ୟା ୭ଟା ସୁଦ୍ଧା ମନ୍ଦିରକୁ ଫେରିବେ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe