ଚୋରଙ୍କ ଟାର୍ଗେଟ୍‌ରେ ମନ୍ଦିର, ମେଘେଶ୍ବର ଓ ଭାସ୍କରେଶ୍ବର ମନ୍ଦିରରୁ ଲୁଟିଲେ

ଷ୍ଟେସନ୍‌ରେ ବିହାରୀ ଲୁଟେରାଙ୍କ ଡେରା, ସକାଳେ ଟାର୍ଗେଟ୍‌ରେ ଛତ୍ରବଜାର

ଭୁବନେଶ୍ବର: ମନ୍ଦିରକୁ ଟାର୍ଗେଟ କରିଛନ୍ତି ଚୋର। ଗତକାଲି ରାତିରେ ଦୁଇଟି ମନ୍ଦିର ପରିସରରୁ ଲୁଟ୍‌ପାଟ କରିଛନ୍ତି। ଟଙ୍କପାଣି ରୋଡ୍‌ରେ ଥିବା ମେଘେଶ୍ବର ମନ୍ଦିର ଓ ଭାସ୍କରେଶ୍ବର ମନ୍ଦିରରୁ ସାମଗ୍ରୀ ଲୁଟି ନେଇଛନ୍ତି। ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର୍‌ ପ୍ରାୟ ୫ଟାରେ ଏଏସଆଇ ଉଦ୍ୟାନ ବିଭାଗର କର୍ମଚାରୀ ବିଜୟ ବେହେରା ମେଘେଶ୍ବର ମନ୍ଦିରକୁ କାମ କରିବାକୁ ଯିବା ସମୟରେ ଷ୍ଟୋର୍‌ ରୁମ୍ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଷ୍ଟୋର ରୁମରୁ ୧୪ଟି ସ୍ପ୍ରିଙ୍କଲର ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ଦେଖିଥିଲେ। ରୋଷେଇ ଘରେ ଥିବା ଠାକୁରଙ୍କର ପିତ୍ତଳ ହଣ୍ଡା, ଅନ୍ୟ ରୋଷେଇ ସାମଗ୍ରୀ ଓ ପିତ୍ତଳ ବାସନକୁସନ ଚୋରି ହୋଇଥିଲା।

ଏହା ଜଣାପଡ଼ିବା ପରେ ମନ୍ଦିର ପରିଚାଳନା କମିଟି ସଭାପତି ଅଶୋକ ସିଂହ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେତେଜଣଙ୍କ ଉପରେ ସନ୍ଦେହ ହୋଇଥିବା ନେଇ ପୁଲିସକୁ ଜଣାଇଛନ୍ତି। କିଛି ଦୂରରେ ଥିବା ଭାସ୍କରେଶ୍ବର ମନ୍ଦିରରୁ ଅନୁରୂପ ଭାବେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଷ୍ଟୋର ରୁମ୍ ଭାଙ୍ଗି ପାର୍କ କାମ ପାଇଁ ବ୍ୟବହୃତ ସାମଗ୍ରୀ ଲୁଟି ନେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ନାଇଟ୍ କର୍ଫ୍ୟୁରେ ପୁଲିସର କଡ଼ା ଚେକିଂ ହେଉଥିଲେ ମଧ୍ୟ କେମିତି ଚୋରି ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ ଦୁଇଟି ଯାକ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe