ଭୁବନେଶ୍ବର: ଜାମିନରେ ମୁକୁଳି ଜେଲ୍ରୁ ଆସିଥିବା କୁଖ୍ୟାତ ସିନ୍ଧିଚୋର ସେକ୍ ଔରଙ୍ଗଜେବ୍ ପୁଣି ଡୁମୁଡୁମା ଅଞ୍ଚଳରେ ମାତିଛି। ହାଉସିଂବୋର୍ଡ କଲୋନିରେ ହୋଇଥିବା ସିନ୍ଧିଚୋରି ମାମଲାରେ ତା’ର ସହଯୋଗୀ ତସିଫ୍ ମହମ୍ମଦ(୩୨)କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। କିନ୍ତୁ ଔରଙ୍ଗଜେବ୍ ଖସିଯାଇଛି। ଅଭିଯୋଗକାରୀ ବାପି ନାୟକ ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଥିଲେ। ଆଲ୍ମିରାରୁ ଗୋଟିଏ ସୁନା ଚେନ୍, ତିନିଟି ରୁପା ଚେନ୍, ହଳେ ରୁପା ପାଉଁଜି, ଗୋଟିଏ ରୁପା ବ୍ରତ ଓ କିଛି ନଗଦ ଟଙ୍କା ଚୋରି ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ତଦନ୍ତ କରି ସ୍ଥାନୀୟ ଅପରାଧୀ ଓ ଜେଲ୍ରୁ ମୁକୁଳିଥିବା କିଛି ଚୋରଙ୍କ ପିଛା କରିଥିଲା। ଜଣାପଡ଼ିଥିଲା ଯେ ରେହମତନଗର କବାଡ଼ିଆବସ୍ତିର ଔରଙ୍ଗଜେବ୍ ଚୋରି ଘଟଣା ରାତିରେ ଘରେ ନଥିଲା। ତେଣୁ ପୁଲିସର ସନ୍ଦେହ ବଢ଼ିଥିଲା ଏବଂ ତାକୁ ଖୋଜିଥିଲା। ରଘୁନାଥନଗର ଅଟୋଷ୍ଟାଣ୍ଡ୍ରେ ତସିଫ୍କୁ ଗିରଫ କରିଥିଲା। ତା’ ପାଖରୁ ଦୁଇଟି ରୁପା ବାର୍ ଜବତ କରାଯାଇଛି। ସେମାନେ ଚୋରି ରୁପାଗହଣାକୁ ତରଳାଇଥିଲେ।
Stolen: ମାତିଛି ଜେଲ୍ ଫେରନ୍ତା ସିନ୍ଧିଚୋର
Advertisment
Follow Us