ରୋମାଞ୍ଚ ଭରିଲା ‘ରାଜା ଇଡିପ୍‌ସ’

ରାଜ୍ୟକୁ ଗ୍ରାସକଲା ଦୁର୍ଭିକ୍ଷ। ଅଭାବ ଅନଟନରେ ଲୋକେ କଲବଲ ହେଲେ। ଖୋଜା ପଡ଼ିଲା ରାଜ୍ୟର ଏହି ଦୁଃସ୍ଥିତି ପାଇଁ ଦାୟୀ କିଏ! ଜଣାପଡ଼ିଲା ରାଜ୍ୟର ଜଣେ ପିତୃହନ୍ତା ଅଧିବାସୀ ନିଜ...

Untitled-4

ଭୁବନେଶ୍ୱର: ରାଜ୍ୟକୁ ଗ୍ରାସକଲା ଦୁର୍ଭିକ୍ଷ। ଅଭାବ ଅନଟନରେ ଲୋକେ କଲବଲ ହେଲେ। ଖୋଜା ପଡ଼ିଲା ରାଜ୍ୟର ଏହି ଦୁଃସ୍ଥିତି ପାଇଁ ଦାୟୀ କିଏ! ଜଣାପଡ଼ିଲା ରାଜ୍ୟର ଜଣେ ପିତୃହନ୍ତା ଅଧିବାସୀ ନିଜ ମାଆକୁ ବିବାହ କରିଥିବାରୁ ରାଜ୍ୟକୁ ବିପତ୍ତି ମାଡ଼ିଆସିଛି। ପୁଣି ଜଣାଗଲା ଯେ ସେହି ପିତୃହନ୍ତା ଓ ମାଆକୁ ବିବାହ କରିଥିବା ବ୍ୟକ୍ତି ଆଉ କେହି ନୁହନ୍ତି, ସ୍ବୟଂ ରାଜ୍ୟର ରାଜା। କିନ୍ତୁ ଏହା କେମିତି ସମ୍ଭବ ହେଲା? ରାଜା କ’ଣ ସତରେ ଜାଣିଶୁଣି ଏଭଳି ମହାପାପ କରିଥିଲେ? ଏମିତି ଏକ ରହସ୍ୟମୟ କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିବା ନାଟକ ‘ରାଜା ଇଡିପ୍‌ସ’ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରିଦେଇଥିଲା। 

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ‘ସଂସ୍କୃତି ବିଚିତ୍ରା’ କାର୍ଯ୍ୟକ୍ରମ ଅବସରରେ ମଞ୍ଚସ୍ଥ ଏହି ନାଟକର ମୂଳ ରଚନା କରିଛନ୍ତି ଗ୍ରୀକ୍‌ ନାଟ୍ୟକାର ସଫୋକ୍ଲିସ୍‌। କୁଞ୍ଜ ରାଏଙ୍କ ଓଡ଼ିଆ ଅନୁବାଦିତ ଏହି ନାଟକର ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱବିଦ୍ୟାଳୟର ନାଟକ ବିଭାଗ ଅଧ୍ୟାପକ ଦେବବ୍ରତ ପଟ୍ଟନାୟକ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ କୁଳସଚିବ ଅନାମିକା ଅଧିକାରୀଙ୍କ ସମେତ ଅତିଥି ଭାବେ ବିଜେପି ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ନାଟ୍ୟ ନିର୍ଦ୍ଦେଶକ ଲାଲ ବୀରେନ୍‌ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ରହସ୍ୟ ଓ ରୋମାଞ୍ଚଭରା ଏହି ନାଟକ ଚୌଧୁରୀ ଜୟପ୍ରକାଶ ଦାସ ଓ ଗଜେନ୍ଦ୍ର ନାୟକଙ୍କ ଦିଗ୍‌ଦର୍ଶନରେ ମଞ୍ଚସ୍ଥ ହୋଇଛି। ଚନ୍ଦ୍ରଶେଖର ରଣସିଂହ, ବିଷ୍ଣୁପଦ ପଣ୍ଡା, ରାକେଶ କୁମାର ଚାନ୍ଦ, ସି୍ନହଲ ମହାରଣା, ସାଇସ୍ୱରୂପ ଦେ, ସିଦ୍ଧାନ୍ତ ବଳିୟାରସିଂହ, ରାକେଶ କୁମାର ସାହୁ, ଦେବପ୍ରସାଦ ପଣ୍ଡା, କାଜଲ୍‌ ରାନୀ, ବିଜୟ ସାହୁ, ବର୍ଷା ପାଣି, ଶୁଭଲକ୍ଷ୍ମୀ ରାଉତରାୟ, ଏରିନା ମଞ୍ଜରୀ ମଲ୍ଲିକ, ଦିବ୍ୟାଂଶୀ ମହାନ୍ତି, ଲୋହିତାଷ ବେହେରା ଓ ଦେବାଂଶୀ ପଟ୍ଟନାୟକଙ୍କ ନିଖୁଣ ଅଭିନୟ ନାଟକକୁ ଜୀବନ୍ତ କରିଥିଲା। ପ୍ରତାପ ରାଉତଙ୍କ ସଂଗୀତ ନିର୍ଦ୍ଦେଶନା ସାଙ୍ଗକୁ ହିମାଂଶୁ ଶେଖର ବେହେରା ଓ ପ୍ରଜ୍ଞାଦତ୍ତ ସାହୁ ମଞ୍ଚ ପରିଚାଳନା ନାଟକକୁ ଅଧିକ ସୁନ୍ଦର କରିଥିଲା। ସହକାରୀ ପ୍ରଫେସର ଆଶିଷ ମହାପାତ୍ର ଓ ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe