ସର୍ବଧର୍ମ ସମନ୍ବୟର ତୋରଣ

Advertisment

ଚଳିତବର୍ଷ ମଧ୍ୟ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଓନର୍ସ ଆସୋସିଏସନ୍ ପକ୍ଷରୁ ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ ମସିହାଠାରୁ ଆସୋସିଏନ୍ ପକ୍ଷରୁ ମା’ଙ୍କ ପୂଜା କରାଯାଉଛି।

ଚଳିତବର୍ଷ ମଧ୍ୟ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଓନର୍ସ ଆସୋସିଏସନ୍ ପକ୍ଷରୁ ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ ମସିହାଠାରୁ ଆସୋସିଏନ୍ ପକ୍ଷରୁ ମା’ଙ୍କ ପୂଜା କରାଯାଉଛି।

gdjdjgjyjyj

ଚନ୍ଦ୍ରଶେଖରପୁର: ଚଳିତବର୍ଷ ମଧ୍ୟ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଓନର୍ସ ଆସୋସିଏସନ୍ ପକ୍ଷରୁ ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ ମସିହାଠାରୁ ଆସୋସିଏନ୍ ପକ୍ଷରୁ ମା’ଙ୍କ ପୂଜା କରାଯାଉଛି। ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଓ ମଣ୍ଡପର ଅଷ୍ଟଭୂଜା ପୀଠ ଦେବୀ ପ୍ରତିଦିନ ପୂଜା ପାଆନ୍ତି। ହିନ୍ଦୁ, ମୁସ୍‌ଲିମ୍ ଓ ଖ୍ରୀଷ୍ଟିଆନ୍ ଧର୍ମର ଲୋକେ ମିଳିତ ଭାବେ ଏହି ମଣ୍ଡପରେ ପୂଜା କରିଥାନ୍ତି। ତେଣୁ ତିନି ଧର୍ମର ଧାର୍ମିକ ସଙ୍କେତରେ ଏଥର ତୋରଣ ନିର୍ମାଣ କରାଯାଉଛି। କେନ୍ଦ୍ରାପଡ଼ାର ମୂର୍ତ୍ତି କାରିଗର ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ ଶିଳ୍ପୀମାନେ ୧୫ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ମୂର୍ତ୍ତି ଅଧାରୁ ଅଧିକ ନିର୍ମାଣ ଶେଷ ହୋଇଗଲାଣି।

ଆଉ ମାତ୍ର ଅଳ୍ପ ଦିନ ବାକି ଥିବାରୁ କାରିଗରମାନେ ଦିନରାତି ଏକ କରି ମୂର୍ତ୍ତି ତିଆରି କରୁଛନ୍ତି। ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। କେବଳ ପ୍ରାକୃତିକ ରଙ୍ଗର ବ୍ୟବହାର ହେବ। ଭୁବନେଶ୍ବରର ଗୋଲେଖ ଚନ୍ଦ୍ର ରାଉତ ତୋରଣ ଓ ଆଲୋକ ସାଜସଜ୍ଜା ଦାୟିତ୍ବ ନେଇଛନ୍ତି। ପୂଜାମଣ୍ଡପରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରାଯିବ ନାହିଁ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜା ମଣ୍ଡପ ଓ ଆଖାପାଖରେ ପ୍ରତିଦିନ ସଫେଇ କାର୍ଯ୍ୟ କରାଯିବା ସହ ବିଶୋଧନ ହେବ। ବୃକ୍ଷରୋପଣ ପାଇଁ ଆସୋସିଏସନ୍‌ ପକ୍ଷରୁ କଲୋନିର ପ୍ରତି ଘରେ ବିନା ମୂଲ୍ୟରେ ଚାରାବଣ୍ଟନ କରାଯିବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତି ଘର ସମ୍ମୁଖରେ ଏକ ପୂର୍ଣ୍ଣ କଳସ ବସାଇବା ସହ ଘିଅ ଦୀପ ଜାଳିବା ପାଇଁ ଆସୋସିଏସନ୍‌ ପକ୍ଷରୁ ସମସ୍ତ ଭକ୍ତମାନଙ୍କୁ ନିବେଦନ କରାଯାଇଛି। ଅଷ୍ଟମୀ ମଧ୍ୟାହ୍ନରେ ସମସ୍ତ ଭକ୍ତଙ୍କ ପାଇଁ ଦହି ପଖାଳ ସେବନ, ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଓ ରାତିରେ ସମସ୍ତ ଭକ୍ତଙ୍କ ପାଇଁ ବିନା ମୂଲ୍ୟରେ ପ୍ରସାଦ ସେବନ ବ୍ୟବସ୍ଥା, କଲୋନିର ପ୍ରତି ଘରେ ସୁଖିଲା ଭୋଗ ବଣ୍ଟନ, ପୂଜା ଶେଷ ପରେ ସମସ୍ତଙ୍କ ଆୟ ବ୍ୟୟ ପୁସ୍ତିକା ଆକାରରେ ପ୍ରତି ଘରେ ବଣ୍ଟନ କରାଯିବ। ସୁରକ୍ଷାକୁ କଡ଼ାକଡ଼ି କରିବାକୁ ପ୍ରଶାସନର ସହଯୋଗ ନିଆଯାଇଛି। ପୂଜା ପାଇଁ କମିଟି ପକ୍ଷରୁ ସେଭଳି କୌଣସି ସ୍ୱତନ୍ତ୍ର ବଜେଟ୍‌ର ବ୍ୟୟବରାଦ ହୋଇନି। ଆସୋସିଏସନ୍‌ର ସମସ୍ତ ସଭ୍ୟସଭ୍ୟା ତଥା ଶ୍ରଦ୍ଧାଳୁଙ୍କ ସ୍ୱତଃପ୍ରବୃତ୍ତ ଆର୍ଥିକ ଅନୁଦାନରେ ପୂଜା କରାଯିବ। 

ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ହେବନି
ସବୁବର୍ଷ ନିଆରା ଢଙ୍ଗରେ ଏଠାରେ ପୂଜାପାଠ କରାଯାଏ। ଏଥର ମଧ୍ୟ ପୂଜା ମଣ୍ଡପରେ କୌଣସି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ହେବ ନାହିଁ। ମା’ଙ୍କ ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର ନିଷେଧ ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ମଣ୍ଡପରେ ମା’ଙ୍କ ସମସ୍ତ ପୂଜା କାର୍ଯ୍ୟ ସଂପନ୍ନ କରାଯିବ।
-ଦାମୋଦର ପ୍ରଧାନୀ, ସଭାପତି


ଘିଅ ଦୀପ ଜାଳିବା ପାଇଁ ନିବେଦନ
ପ୍ରତିବର୍ଷ ପରି ଚଳିତବର୍ଷ ସର୍ବଧର୍ମ ସମନ୍ୱୟକୁ ନେଇ ତୋରଣ ପ୍ରସ୍ତୁତ କରାଯାଉଛି। ପୂଜାମଣ୍ଡପ ଓ ଚତୁଃପାର୍ଶ୍ବରେ ଷଷ୍ଠୀରୁ ଦ‌ଶମୀ ପର୍ଯ୍ୟନ୍ତ ସଫେଇ କରାଯିବା ସହ ବିଶୋଧନ କରାଯିବ। କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ପୂଜା ପୂର୍ବରୁ ଅତ୍ୟନ୍ତ ଖରାପ ହୋଇ ପଡ଼ିଥିବା ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତା ମରାମତି କରିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି। 
-ସରୋଜକାନ୍ତ ମଲ୍ଲିକ, ସାଧାରଣ ସମ୍ପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe