ପୁଣି ଗଡ଼ିଲା ଟୟ ଟ୍ରେନ୍

ପୁଣି ଗଡ଼ିଲା ଟୟ ଟ୍ରେନ୍

ବାରଙ୍ଗ: ଆଜିଠାରୁ ପୁଣି ଥରେ ନନ୍ଦନକାନନରେ ଟୟ ଟ୍ରେନ୍‌ ବା ବ୍ୟାଟେରିଚାଳିତ ରେଳଗାଡ଼ି ଗଡ଼ିଛି। ଆଜି ପର୍ଯ୍ୟଟକମାନେ ଏଥିରେ ବସି ବିଭିନ୍ନ ସଫାରି ବୁଲିବାର ମଜା ଉଠାଇଛନ୍ତି। ବିନା କୌଣସି ତ୍ରୁଟିରେ ଆଜି ଏହି ରେଳଗାଡ଼ି ପର୍ଯ୍ୟଟକଙ୍କୁ ବୁଲାଇଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୯ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଏହି ଟ୍ରେନ୍‌ର ଉଦ୍‌ଘାଟନ କରିଥିଲେ।

କିନ୍ତୁ ପରେ ପରେ ଏହାର ଇଂଜିନ୍‌ରେ ଅଗ୍ନିକାଣ୍ଡ ଘଟିଥିଲା ଓ ଟ୍ରେନ୍‌ ଅଚଳ ହୋଇଯାଇଥିଲା। ପରେ ଏହାକୁ ମରାମତି କରାଯାଇଥିଲା ଓ ବାରମ୍ବାର ପରୀକ୍ଷଣ କରାଯାଇଥିଲା। ଦାୟିତ୍ଵରେ ଥିବା ରାଇଟସ୍ କମ୍ପାନି ପକ୍ଷରୁ ଭାରତୀୟ ରେଳ ବିଭାଗର ଯନ୍ତ୍ରୀଙ୍କୁ ଆଣି ଏହି ଟ୍ରେନ୍‌ ମରାମତି କରାଇବା ସହ ପରୀକ୍ଷଣ କରାଇଥିଲା। ତେବେ କୋଭିଡ୍‌ କଟକଣା ପାଇଁ ଏଥିରେ ପର୍ଯ୍ୟଟକଙ୍କୁ ବସାଇବା ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe