ଆରମ୍ଭ ହେଲା ତ୍ରିବେଣୀ ମହୋତ୍ସବ, ମନ ମୋହିଲା ଶାରଳା ଘଣ୍ଟ ନୃତ୍ୟ

Advertisment
ଆରମ୍ଭ ହେଲା ତ୍ରିବେଣୀ ମହୋତ୍ସବ, ମନ ମୋହିଲା ଶାରଳା ଘଣ୍ଟ ନୃତ୍ୟ

ବାଲିପାଟଣା ୧୦/୨ (ଇମିସ): ଐତିହାସିକ ଦ୍ୱିତୀୟ ତ୍ରିବେଣୀ ମହୋତ୍ସବ ଆଜି ସନ୍ଧ୍ୟାରେ ପରମ୍ପରିକ ଭାବେ ଉଦ୍‌ଘାଟିତ ହୋଇଛି। ଆମ ସଂଗଠନ ଓ ତ୍ରିବେଣୀ ଲାୟନ୍ସ କ୍ଲବ ମିଳିତ ସହଯୋଗରେ ଅନୁଷ୍ଠିତ ମହୋତ୍ସବକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ଜିଲ୍ଲାପରିଷଦ ଅଧ୍ୟ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଆଇନଜୀବୀ କୈଳାସ ଚନ୍ଦ୍ର ପାତ୍ର, ଅମରେଶ ଜେନା, ବାଲିଅନ୍ତା ବ୍ଲକ ଅଧ୍ୟ୍ୟକ୍ଷା ସୁଚିତ୍ରା ଜେନାମଣି ପ୍ରମୁଖ ଯୋଗଦେଇଥିଲେ।

ଉଦ୍‌ଘାଟନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ମା’ ଝଙ୍କଡ଼ ଶାରଳା ଘଣ୍ଟ ନୃତ୍ୟ। ନିର୍ଦେଶକ ରମାକାନ୍ତ ରାଉଳଙ୍କ ସହିତ ୧୨ ଜଣ କଳାକାର ମହିଷା ମର୍ଦ୍ଦିନୀ ନୃତ୍ୟ, ରଣପାନୃତ୍ୟ, ଘଟନୃତ୍ୟ, କାଳିକାନୃତ୍ୟ ନିଖୁଣ ଭାବେ ପରିବେଷଣ କରିଥିଲେ। ଏହାପରେ ଜୟଦେବ ଗୋଟିପୁଅ ଓଡ଼ିଶୀ ନୃତ୍ୟ କେନ୍ଦ୍ର ଭିଙ୍ଗାରପୁରର ଗୁରୁ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ନିର୍ଦେଶନାରେ ଗୀତଗୋବିନ୍ଦ, ଦଶ ଅବତାର, ସମ୍ବଲପୁରୀ, ଡାଲଖାଇ, ରସରକେଲି ପରିବେଷିତ ହୋଇଥିଲା। ରାମଲୀଳା ମଧ୍ୟ ପରିବେଷଣ କରାଯାଇଥିଲା। ଆମ ସଂଗଠନ ସଭାପତି କମଳ କୁମାର ପାତ୍ରଙ୍କୁ ମା’ ଶାରଳାଙ୍କ ଧଣ୍ଡାମାଳ ଓ ଫଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବହୁ ସଂଖ୍ୟାରେ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର ଜେନା, ଯୁବ ସଭାପତି ଜ୍ୟୋତି ରଞ୍ଜନ ନାୟକ, ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ ଜେନାମଣି ଓ ଯୁବ ସଭାପତି ପ୍ରୀତମ ପ୍ରଧାନ, ଅକ୍ଷୟ ସାହୁ, ପ୍ରଦ୍ୟୁମ୍ନ ସେନାପତି, ନିରଞ୍ଜନ ଜେନା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe