ବାଣୀବିହାର ସିଆଇଆଇ ବୁଲିଲେ କେନ୍ଦ୍ରମନ୍ତ୍ରୀ: ପୂର୍ବ ଭାରତର ଷ୍ଟାର୍ଟଅପ୍‌ ହବ୍‌ କରିବାକୁ ଆହ୍ୱାନ

Advertisment
ବାଣୀବିହାର ସିଆଇଆଇ ବୁଲିଲେ କେନ୍ଦ୍ରମନ୍ତ୍ରୀ: ପୂର୍ବ ଭାରତର ଷ୍ଟାର୍ଟଅପ୍‌ ହବ୍‌ କରିବାକୁ ଆହ୍ୱାନ

ଭୁବନେଶ୍ଵର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଣ୍ଟର ଫର୍ ଇନୋଭେସନ୍ ଓ ଇନକୁବେସନ୍ (ସିଆଇଆଇ)କୁ ପୂର୍ବ ଭାରତର ଷ୍ଟାର୍ଟଅପ୍‌ ହବ୍‌ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରି ସେମାନଙ୍କ ଶକ୍ତି, ଉତ୍ସାହ ଅଭିନବ ଚିନ୍ତାଧାରା ଓ ନୂଆ କୌଶଳକୁ ପ୍ରଶଂସା କରିବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ଭାରତୀୟ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।

ପରିଦର୍ଶନ ସମୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ଓ ଅନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସିଆଇଆଇର ନୂଆ ୱେବ୍‌ସାଇଟ୍ ଓ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ତିଆରି ହୋଇଥିବା ମାର୍କେଟ ଟେବୁଲ ଦ୍ରବ୍ୟ ତଥା ଆଣ୍ଟିଟ୍ରାନ୍ସଫେରିନ୍, ଆଣ୍ଟିବଡିକୁ ଉଦ୍‌ଘାଟନ କରିଥିଲେ। ସିଆଇଆଇ ପକ୍ଷରୁ ଗତ ସେପ୍ଟେମ୍ବର ୧ ତାରିଖରେ ଉପକ୍ରମ ଓ ଉଦ୍ୟମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା। ଉଦ୍ୟମ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି, ସ୍ବାସ୍ଥ୍ୟସେବା, ଅଟୋମୋବାଇଲ୍, ଇକୋଟୁରିଜିମ୍ ଭଳି ୧୦ଟି ଷ୍ଟାର୍ଟଅପ୍‌କୁ ବିକଶିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe