ଭୁବନେଶ୍ବର: ମହାମାରୀ କରୋନା ଆଉ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଇଛି। ଇଂରାଜୀ ଦୈନିକ ଖବରକାଗଜ ‘ଦ କମନ୍ ଟାଇମ୍ସ’ର ମୁଖ୍ୟ ସଂପାଦକ ସତ୍ୟଜିତ ମହାପାତ୍ର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ଅକାଳ ବିୟୋଗ ଖବର ଶୁଣି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
ମାସାଧିକ କାଳ ସତ୍ୟଜିତ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଫୁସ୍ଫୁସ୍ ଅଧିକ ଆକ୍ରାନ୍ତ ହେବା କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ତେଣୁ ଗତ ସପ୍ତାହରେ ତାଙ୍କୁ ଭେଣ୍ଟିଲେଟର୍ରେ ଭର୍ତ୍ତି କରାଯାଇଥିଲା। ସାମ୍ବାଦିକ ସତ୍ୟଜିତ କରୋନାର ଦୁଇଟି ଡୋଜ୍ ଟିକା ନେଇଥିଲେ ସୁଦ୍ଧା ତାଙ୍କ ଏଭଳି ପରଲୋକକୁ ତାଙ୍କ ଶୁଭେଚ୍ଛୁ ଓ ଆତ୍ମୀୟସ୍ବଜନ ଗ୍ରହଣ କରିପାରୁନାହାନ୍ତି।
କରୋନାରେ ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ
Advertisment
Follow Us