ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୀଡ଼ିତା, ପାରିବାରିକ ସମସ୍ୟା ସମାଧାନ ଆଳରେ ଦୁଷ୍କର୍ମ ଘଟଣା

Advertisment

ଅଭିଯୁକ୍ତଙ୍କୁ ଅନୁକମ୍ପା ଦେଖାଉଛି ମହିଳା ଥାନା ପୁଲିସ!

ଅଭିଯୁକ୍ତଙ୍କୁ ଅନୁକମ୍ପା ଦେଖାଉଛି ମହିଳା ଥାନା ପୁଲିସ!

ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୀଡ଼ିତା, ପାରିବାରିକ ସମସ୍ୟା ସମାଧାନ ଆଳରେ ଦୁଷ୍କର୍ମ ଘଟଣା

imagesource-SambadEnglish

ଭୁବନେଶ୍ବର: ପାରିବାରିକ ସମସ୍ୟା ସମାଧାନ ଆଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ଘଟଣାରେ ମହିଳା ଥାନା ପୁଲିସ୍‌ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଥିଲେ ହେଁ ଅନ୍ୟତମ ଅଭିଯୁକ୍ତ ଶ୍ବଶୁର ଓ ସ୍ବାମୀଙ୍କୁ ଗିରଫ କରୁନାହିଁ ବୋଲି ପୀଡ଼ିତା କହିଛନ୍ତି। ଅପରପକ୍ଷେ ପୁଲିସ୍‌ର କୋହଳ ଦଫା ଯୋଗୁଁ ଦୁଷ୍କର୍ମକାରୀ ମଧ୍ୟ ଖୁବ୍‌ କମ୍‌ ଦିନରେ ଜାମିନ୍‌ ପାଇଗଲା ବୋଲି ଅଭିଯୋଗ ହୋଇଛି। ତେଣୁ ନ୍ୟାୟ ପାଇଁ ମହିଳାଜଣଙ୍କ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି କରିଛନ୍ତି।

ସୂଚନା ଅନୁଯାୟୀ, ପୁଅ-ବୋହୂ ସଂପର୍କରେ ତିକ୍ତତା ଆସିବାରୁ ସମାଧାନ କରିବା ପାଇଁ ଶ୍ବଶୁର ଜଣେ ବାହାର ଲୋକ ତଥା ପଟିଆରେ ଥିବା ଏକ ରେସ୍ତୋରାଁ ମାଲିକ ସୁବ୍ରତ ଦାସଙ୍କୁ ମଧ୍ୟସ୍ଥି କରିଥିଲେ। କିନ୍ତୁ ସୁବ୍ରତ ଏହାର ଫାଇଦା ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଏ ସଂପର୍କରେ କାହାକୁ ଜଣାଇଲେ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ସଂପର୍କରେ ମହିଳାଜଣଙ୍କ ମହିଳା ଥାନାରେ ଏତଲା ଦେବାରୁ ପୁଲିସ ଗତ ନଭେମ୍ବର ୨୯ ତାରିଖ‌ରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିନ୍ତୁ ତାଙ୍କୁ ମଧ୍ୟସ୍ଥି କରିଥିବା ମହିଳାଙ୍କ ଶ୍ବଶୁର ଓ ନିର୍ଯାତନା ଦେଉଥିବା ସ୍ବାମୀଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଉଭୟଙ୍କୁ ପୁଲିସ୍‌ କେବଳ ନୋଟିସ୍‌ ଦେଇ ଛାଡ଼ି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe