ଡଙ୍ଗା ଭସାଇବାକୁ ଗାଁ’ମୁହାଁ

Advertisment
ଡଙ୍ଗା ଭସାଇବାକୁ ଗାଁ’ମୁହାଁ

ଭୁବନେଶ୍ବର: ସରି ଆସୁଛି କାର୍ତିକ। ପୂର୍ଣ୍ଣମୀରେ ଡଙ୍ଗା ଭସେଇ ଓଡ଼ିଶାର ବାଣିଜ୍ୟ ବିଭବକୁ ମନେ ପକେଇବାର ଦିନଟିଏ। ହେଲେ ଏଥର ଆଉ ଡଙ୍ଗା ଭାସିବ ନାହିଁ। ଡଙ୍ଗା ଭସାଇବା ଉପରେ କଟକଣା ଲାଗୁପରେ ଯେମିତି ଅନେକଙ୍କ ମନ ମଉଳି ଯାଇଛି। ସାଧବ ପୁଅମାନେ ବଣିଜ କରିବାକୁ ପୂର୍ଣ୍ଣିମାରେ ଡଙ୍ଗାରେ ବିଦେଶ ଯାତ୍ରା କରୁଥିବାରୁ ଏହି ଗୌରବୋଜ୍ବଳ ଇତିହାସକୁ ମନେ ପକାଇବା ପାଇଁ ଏହିଦିନ ଡଙ୍ଗା ଭସାଇବାକୁ ନଦୀ ଓ ପୋଖରୀ କୂଳରେ ଭିଡ଼ ଲାଗେ। ତେବେ ହବିଷ୍ୟାଳିମାନେ ଏହା ସହ ଏକ ଆଧ୍ୟାତ୍ମିକ ଭାବଧାରାରେ ଜଡ଼ିତ। ପବିତ୍ର ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇ ଧର୍ମ ଅର୍ଜନ କରିବା ପାଇଁ ଗୀତ ଗାଆନ୍ତି। ମାତ୍ର ଏଥର ଏଥିରେ ରୋକ୍‌ ଲାଗିଛି। କଟକଣା କଥା ଶୁଣିବା ପରେ କିନ୍ତୁ ହବିଷ୍ୟାଳିଙ୍କ ମୁହଁ ଶୁଖି ଯାଇଛି। ହବିଷ୍ୟାଳିଙ୍କ କହିବା ମୁତାବକ, ମାସକଯାକ ପୂଜାର୍ଚ୍ଚନା, ପୁରାଣ ପୋଥିରେ ସମୟ ବିତିବା ପରେ କାର୍ତିକ ପୂର୍ଣ୍ଣିମାରେ ବୁଡ଼ ଦେଇ ଡଙ୍ଗା ଭସାଇ ଦେଲେ ଢେର୍‌ ମାନସିକ ଶାନ୍ତି ମିଳେ। ମାତ୍ର ଏଥର ପ୍ରଶାସନ ମନା କରିଦେଇଥିବାରୁ ଗାଁ’କୁ ପଳେଇବାକୁ ଅନେକ ଏବେଠୁ ଗୋଡ଼ ଟେକି ବସିଲେଣି। ସହରରେ ସିନା କଡ଼ା କଟକଣା, କିନ୍ତୁ ଗାଁ’ରେ ବାଡ଼ି ପଛରେ ପୋଖରୀରେ ହେଲେ ମଧ୍ୟ ଡଙ୍ଗା ଭସେଇ ଦେଲେ ଶାନ୍ତି ବୋଲି ହବିଷ୍ୟାଳିମାନେ କହିଛନ୍ତି।

ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ କଟକଣା ଲଗାଇବା ପରେ କିଛି ବ୍ୟକ୍ତି ଏଥର ବିକଳ୍ପ ଚିନ୍ତା କରିଛନ୍ତି। କେହିକେହି ଅଗଣାରେ ଓ ଛାତ ଉପରେ ପାଣି କୁଣ୍ଡରେ ଡଙ୍ଗା ଭସାଇବେ। ଆ କା ମା ବୈ...ଗାଇ ନିଜ ପରିବାର ଗହଣରେ ଏହାକୁ ପାଳନ କରିବାକୁ ଯୋଜନା କରିଥିବା ବ‌େଳେ ଅନେକ କିଛି ଛୋଟ ପୋଖରୀରେ ଡଙ୍ଗା ଭସେଇବାକୁ ଯୋଜନା କରିଛନ୍ତି। କଟକଣା ଥିଲେ ହେଁ ଡଙ୍ଗା ବିକ୍ରି ହେଉଥିବାରୁ ଅନେକ କିଣି ସଜେଇ ର‌ଖିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe